ନାବାଳିକାଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା: ଦୋଷୀକୁ ୨ ବର୍ଷ କାରାଦଣ୍ଡ

ସୁନ୍ଦରଗଡ଼: ୨୦୧୭ ଅଗଷ୍ଟ ୬ରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ମଧୁସୂଦନପାଲ୍ଲୀ ଅଞ୍ଚଳର ଜଣେ ନାବାଳିକା ଝିଆରିଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି। ଆଜି ନାବାଳିକାଙ୍କ ଦାଦା ଅଭିଯୁକ୍ତ କରମଚାନ୍ଦ ପରମାଣିକକୁ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଏଡିଜେ ପାର୍ଥସାରଥୀ ପଟ୍ଟନାଏକ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାବାସ ଓ ୩ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। ତେବେ ଦୋଷୀ କାରାବାସରେ ବିତାଇଥିବା ସମୟ ଓ ଦଣ୍ଡ ସମୟକୁ ସେଟଅଫ୍ କରିବାକୁ ବିଚାରପତି ଆଦେଶ କରିଛନ୍ତି।

ଏହା ସହ ରାୟରେ ପୀଡ଼ିତାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ କରାଯାଇଛି। ୨୦୧୭ ଅଗଷ୍ଟ ୬ରେ ଅଭିଯୁକ୍ତ ଦାଦା ନିଜ ଝିଆରିକୁ ଘରେ ଏକୁଟିଆ ପାଇ ଅସଦାଚରଣ କରିବା ସହ ଆଘାତ ଦେଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ଅଗଷ୍ଟ ୮ ତାରିଖରେ ଏତଲା ପରେ ପୁଲିସ ଦଣ୍ଡବିଧି ଧାରା ୪୫୨,୩୪୧, ୩୨୩,୩୦୭, ୫୦୯, ୩୫୪ (୧) (ଆଇଆଇ) ଧାରା ୧୨ ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ (ପକ୍ସୋ)ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ନାବାଳିକା ଓ ସାକ୍ଷ୍ୟଙ୍କ ବୟାନ ସହ ପୁଲିସ ରିପୋର୍ଟକୁ ଭିତ୍ତି କରି ବିଚାରପତି ଏହି ରାୟ ପ୍ରକାଶ କରିଥିଲେ। ମାମଲାକୁ ପକ୍ସୋ ପିପି ଅବଦୁଲ ସମିମ ଅଖତର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର