ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଏମ୍ଏଫ୍ସି ସିଭିଲ୍ ଜଜ୍ ଜୁନିୟର ଡିଭିଜନ ଏକ ଜମି ନିମନ୍ତେ ଟଙ୍କା ଠକେଇ ଅଭିଯୋଗ ମାମଲାର ବିଚାର କରି ଅଭିଯୁକ୍ତ କୋରାପୁଟର ଆବୁବକର ଖାଁକୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ରୋହନକ ମହମ୍ମଦ ଓ ତାଙ୍କ ଭାଇମାନେ ୨୦୦୭ ମସିହାରେ କୋରାପୁଟର ଆବୁବକର ଖାଁଙ୍କୁ ଜମି ବିକ୍ରି ବାବଦକୁ ୬ ଲକ୍ଷ ଟଙ୍କା ଦେଇଥିଲେ। ତେବେ ସେମାନଙ୍କଠାରୁ ଟଙ୍କା ନେବା ପରେ ବି ଆବୁବକର ଜମି ଦେଇ ନଥିଲେ। ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ। ଏନେଇ ଜେଏମ୍ଏଫ୍ସି ସିଭିଲ୍ ଜଜ୍ ଜୁନିୟର ଡିଭିଜନରେ ଆବୁବକରଙ୍କ ନାମରେ ଦଫା ୪୬୮ରେ ଏକ ମାମଲା ରୁଜୁ ହୋଇଥିଲା। ଜେଏମ୍ଏଫ୍ସି ମାଜିଷ୍ଟ୍ରେଟ ସୁମିତ୍ରା ବିଶ୍ବାଳ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଆବୁବକରଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରାଜକୁମାର ଛତ୍ରିଆ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)