ବନ୍ଦ ଘରୁ ଦୁଇ ଯୁବତୀ ଉଦ୍ଧାର, ଘରୋଇ କମ୍ପାନିର ତିନି କର୍ମଚାରୀ ଅଟକ

ରାଉରକେଲା : ଚାକିରି କରାଇ ଦେବା ନାରେ ଦୁଇ ଜଣ ଯୁବତୀଙ୍କ ଠାରୁ ଏକ କମ୍ପାନି ୪୦ ହଜାର ଟଙ୍କା ନେଇ ବେଆଇନ ଭାବେ ଅଟକ ରଖି ଥିବା ଅଭିଯୋଗ ହେଲା ପରେ ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରିଛି ରାଉରକେଲା ଏବଂ କୁଆରମୁଣ୍ଡା ପୁଲିସ । ଏହି ଯୁବତୀ ଦ୍ବୟ ଙ୍କୁ କୁଆରମୁଣ୍ଡା ଷ୍ଟେଟବ୍ୟାଙ୍କ ପଛପଟ ଏକ ଘରେ ରଖା ଯାଇଥିଲା । ଗ୍ଲେଜ ଇଣ୍ଡିଆ ନାମକ ଏକ ଘରୋଇ କମ୍ପାନି ଚାକିରି ଦେବା ନାମରେ ବିଭିନ୍ନ ସ୍ଥାନରେ ଏପରି ଠକେଇ କରିବା ଅଭିଯୋଗ ପୂର୍ବରୁ ହୋଇଥିଲା ।

ଏବେ ରାଉରକେଲା ପୁଲିସ ନିକଟରେ ଅଭିଯୋଗ ହେବା ପରେ ରାଉରକେଲା ଏବଂ କୁଆରମୁଣ୍ଡା ପୁଲିସ ମିଳିତ ଚଢ଼ାଉ କରି ଯୁବତୀଙ୍କୁ ଦ୍ୱୟ ଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ କମ୍ପାନିର ୩ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଉକ୍ତ ଘରେ ଅଟକ ରହିଥିବା ଅନ୍ୟ ଯୁବତୀଙ୍କ ବାବଦରେ ମଧ୍ୟ ପୁଲିସ ପକ୍ଷରୁ ଷ୍ଟେଟମେଣ୍ଟ ରେକର୍ଡ କରାଯାଉଛି । ଏହି ଠକେଇ ମାମଲାର ଅଧିକ ତଦନ୍ତ ଜାରି ରହିଛି । ପୂର୍ବରୁ ବେଦବ୍ୟାସ ବିଶ୍ଵକର୍ମା ବିହାରରୁ ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲା l

ସମ୍ବନ୍ଧିତ ଖବର