ବାଇକ୍‌ ଧକ୍କା ଦେଲା ଗଛକୁ: ୨ ଯୁବକ ମୃତ

ବଡ଼ଗାଁ: ଆଜି ସଂଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ତୁଡ଼ାଲଗା-ଦାଣ୍ଡଜାମିରା ମଝି ଛକରେ ଏକ ମୋଟର୍‌ବାଇକ୍‌ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।  ଏକମା ହାଇସ୍କୁଲ ପଡାର ବିକାଶ ମାଝୀ (୧୮) ଓ ଅଜୟ ମଝି (୧୮)ତୁଡ଼ାଲଗା ଗାଁରେ ଥିବା ସମ୍ପର୍କୀୟ ନାନୀଙ୍କ ଘରକୁ ଯାଇ ଫେରୁଥିଲେ। ମୋଟର୍‌ବାଇକ୍‌ଟି ଭାରସାମ୍ୟ ହରାଇବାରୁ ରାସ୍ତା କଡ଼ର ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଦୁଇ ଯୁବକ ମଧ୍ୟ ଗଛରେ ପିଟି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ବଡ଼ଗାଁ ହସ୍ପିଟାଲ୍‌ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର