ନଦୀ ଆରପାରି ଗାଁକୁ ଫୁଟବଲ ଖେଳ ଦେଖିଯାଉଥିଲେ, ଭାସିଗଲେ ୨ ଯୁବକ

ଚିତ୍ରଡ଼ା: ଶୁଖିଲା ନଦୀରେ ପାର ହୋଇ ଆର ପାଖ ଗାଁକୁ ଯାଇ ଫୁଟବଲ ଖେଳ ଦେଖିବାକୁ ୭ ଜଣ ସାଙ୍ଗ ଯାଉଥିଲେ। ଫୁଟବଲ ଖେଳ ଦେଖିବା ନହୋଇଲା। ନଦୀ ପାର ହେବା ସମୟରେ ହଠାତ ପାଣି ବଢି ଯାଇଥିଲା ଏବଂ ବନ୍ୟା ପାଣିରେ ବୁଡି ଦୁଇଜଣ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଘୋଳମୁଁହା ପଞ୍ଚାୟତ ଗଣ୍ଡଗୁହାଳି ଗ୍ରାମରେ। ଉକ୍ତ ଗ୍ରାମର ରାମଚନ୍ଦ୍ର ମାଝୀଙ୍କ ପୁଅ ବୁଦ୍ଧେଶ୍ୱର ମାଝୀ (୨୪)ଙ୍କ ସହିତ ମୋଟ ସାତ ଜଣ ସାଙ୍ଗ ହୋଇ ନଦୀ ଆର ପାଖ ଗାଁ ବାଘାଝରଣ ଗାଁକୁ ଫୁଟବଲ ଖେଳ ଦେଖିବାକୁ ଯାଉଥିଲେ।

ତେବେ ୬ ଜଣ ସାଙ୍ଗ ପାର ହୋଇ ନଦୀ ଆର ପଟକୁ ଚାଲିଯାଇଥିଲା ବେଳେ ବୁଦ୍ଧେଶ୍ୱର ପାର ହେଉଥିବା ବେଳେ ନଦୀ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ତେବେ ଏହା ଦେଖି ବୁଦ୍ଧେଶ୍ୱରଙ୍କ ସହିତ ଯାଇଥିବା ସାଙ୍ଗ ଉକ୍ତ ଗ୍ରାମର ମଙ୍ଗଲ ମାର୍ଣ୍ଡି ଙ୍କ ପୁଅ ବିରାମ ମାର୍ଣ୍ଡି (୨୫) ବୁଦ୍ଧେଶ୍ୱରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ଉଦ୍ଧାର କରିବା ପରିବର୍ତ୍ତେ ବିରାମ ମଧ୍ୟ ନଦୀ ବନ୍ୟା ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ।

ପରିବାର ଲୋକେ ଏବଂ ଗ୍ରାମବାସୀ ଖବର ପାଇ ନଦୀ ରେ ଖୋଜାଖୋଜି କରିବା ସହିତ ଚିତ୍ରଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚିତ୍ରଡ଼ା ଅଗ୍ନିଶମ ଅଧିକାରୀ ଏବଂ କର୍ମଚାରୀମାନେ ସଦଳ ବଳେ ବୋଟ ସହିତ ଆସି ନଦୀରେ ଦୀର୍ଘ ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ନଦୀରେ ପ୍ରାୟ ତିନି କିଲୋ ମିଟର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ସୁଦ୍ଧା ନିଖୋଜ ଦୁଇ ଜଣ ଯୁବକଙ୍କ ସମ୍ପର୍କରେ କୌଣସି ସନ୍ଧାନ ପାଇଁ ନଥିଲେ। ତେବେ ଏନେଇ ନିଖୋଜ ଦୁଇ ଯୁବକଙ୍କ ପରିବାର ପକ୍ଷରୁ ଆଜି ସନ୍ଧ୍ୟାରେ ଚିତ୍ରଡ଼ା ଫାଣ୍ଡରେ ମଧ୍ୟ ଯୁବକ ଦୁଇଜଣ ନଦୀରେ ଭାସି ଯାଇ ନିଖୋଜ ହୋଇଥିବାର ଅଭିଯୋଗ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର