ବାଲେଶ୍ବର/ନୀଳଗିରି: ଭାରସାମ୍ୟ ହରାଇ ୩୦ ଫୁଟ୍ ପୋଲ ତଳକୁ ବାଇକ୍ ସହ ଖସିପଡ଼ିଲେ ୨ ଜଣ। ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳିଗିରି ଅଞ୍ଚଳରେ। ଦୁଇଜଣ ବନ୍ଧୁ ଆଜି ୧୯ ନମ୍ବର ରାଜ୍ୟ ରାଜପଥରେ ଉଦଳାରୁ ନୀଳଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ନୀଳଗିରି ଗୋହିରା ଛକ ନିକଟରେ ଥିବା କମଳା ପୋଲ ଉପରେ ଭାରସ୍ୟାମ ହରାଇ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଦୁଇ ଯୁବକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ସାରଗାଁ ପଦ୍ମପୁର ହୋଇଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ।
୩୦ ଫୁଟ୍ ତଳକୁ ଖସିଲା ବାଇକ୍, ୨ ଯୁବକ ଗୁରୁତର
/sambad/media/post_attachments/wp-content/uploads/2022/11/Capture୩.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)