ନବରଙ୍ଗପୁର: ରାଇଘର ବ୍ଲକ ସୀମାନ୍ତରେ ଥିବା ବିନୟପୁର-ଟିମନପୁର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟିହେବା ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇଜଣ ହେଲେ ବିନୟପୁରର ଧରମପୁରା ଗ୍ରାମର ଦୌଲତ ଗଣ୍ଡଙ୍କ ପୁଅ ଗୋବର୍ଦ୍ଧନ ଗଣ୍ଡ (୧୯) ଓ ଖେମ ସିଂ ଗଣ୍ଡ (୧୮)। ଗତକାଲି ରାତିରେ ସେମାନେ ଏକ ବାଇକ (ଓଡି ୨୪ ଏଫ୍-୪୪୬୩)ରେ ଘରକୁ ଫେରୁଥିଲେ। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/11/71c2d727-f0c8-4a2d-b0b6-9d7bd523b654.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/31kihun02-accki01bikeaccident.jp_.jpg)