ଦୁଇ ଯୁବକଙ୍କୁ ପ୍ରେମ କରି ଅଡ଼ୁଆରେ ନାବାଳିକା, ବିବାହକୁ ନା କରି ଜେଲ୍ ଗଲେ ଯୁବକ

ଲେଫ୍ରିପଡା(ସୁନ୍ଦରଗଡ଼): ମନ ମତାଣିଆ କଥାରେ ସ୍ଥିତି ଭୁଲିଗଲେ ନାବାଳିକା। ମନ ଦେଇଦେଲେ। କିନ୍ତୁ ଜଣକୁ ନୁହେଁ, ଏକା ସଙ୍ଗରେ ଦୁଇ ଯୁବକଙ୍କୁ। ଏହାର ସୁଯୋଗ ନେଲେ ଲମ୍ପଟ ଯୁବକ ଦ୍ବୟ। ମନ ଚୋରି କରିବା ଭିତରେ ଦେହର ସମ୍ପର୍କ ବି ରଖିନେଲେ। ନାବାଳିକା ଗର୍ଭବତୀ ହେଲେ। ଏହା ପରେ ଦୁଇ ଯୁବକଙ୍କୁ ବିବାହ ପାଇଁ ଅନୁନୟ ହେଲେ, କିନ୍ତୁ ସେ ଦୁହେଁ ଆଉ ଧରାଛୁଆଁ ଦେଲେ ନାହିଁ। ନାବାଳିକା ମୁଣ୍ଡରେ ଚଡ଼କ ପଡ଼ିଲା। ଶେଷକୁ ସେ ଥାନାର ଦ୍ବାରସ୍ଥ ହେଲେ। ଆଉ ଯୁବକ ଦ୍ବୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇ ଗଲେ ଜେଲ୍।

ବାଟବଣା ପ୍ରେମର ଏହି ଚାଞ୍ଚଲ୍ୟକର ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିରେ। ଥାନା ଅଞ୍ଚଳର ଏକ ଗାଁର ୧୭ ବର୍ଷର ନାବାଳିକା ମାଟ୍ରିକ ପାସ କରିବା ପରେ ଲେଫ୍ରିପଡ଼ାରେ କଲେଜ ପାଠ ପଢ଼ିବା ପାଇଁ ଅଜା ଘରେ ଆସି ରହୁଥିଲେ। ଏଠାରେ ସେ ସରୋଜ ଖାଲକୋ ଓ ରାଜକୁମାର ଦେହୁରୀଙ୍କ ସମ୍ପର୍କରେ ଆସିଥିଲେ। ଦୁହେଁ ତାଙ୍କୁ ଭୁଲାଇ ପ୍ରେମ ଜାଲରେ ଫସାଇ ସୁଯୋଗ ଦେଖି ଶାରୀରିକ ସମ୍ପର୍କ ରଖିବାୁରୁ ନାବାଳିକା ଗର୍ଭବତୀ ହୋଇଗଲେ। ଏହା ପରେ ବ୍ୟତିବ୍ୟସ୍ତ ନାବାଳିକା ସରୋଜ ଓ ରାଜକୁମାରଙ୍କୁ ପୃଥକ ପୃଥକ ଭାବେ ଭେଟି ନିଜ ଗର୍ଭ ସମ୍ପର୍କରେ ଜଣାଇ ବିବାହ ପାଇଁ କହିଥିଲେ। କିନ୍ତୁ ଯୁବକ ଦ୍ବୟ ବିବାହକୁ ନା କରିବା ପରେ ନାବାଳିକା ଥାନାର ଦ୍ବାରସ୍ଥ ହୋଇଥିଲେ। ଲେଫ୍ରିପଡା ପୁଲିସ ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ସରୋଜ ଓ ରାଜକୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର