ରାଉରକେଲା : ରୋଲର ଭାଇବ୍ରେଟର ପ୍ରେସର ଦେଉଥିବା ବେଳେ ଚକା ଫାଟି ଟାୟାର ଦୋକାନୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବଣାଇ ଗୋସରାର ବିକ୍ରମ ପାତ୍ର (୨୧) । ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ବଣାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ବିକ୍ରମର ନରେନ୍ଦ୍ରଛକ ନିକଟ ତାରିଣୀ ଢ଼ାବା ନିକଟ ପମ୍ପଚର ଦୋକାନ ରହିଛି । ରୁଲର ଭାଇବ୍ରେଟର ଚକାରେ ପ୍ରେସର ଦେଉଥିଲେ । ହଠାତ ଚକା ଫାଟି ଯିବାରୁ ବିକ୍ରମ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/tyre.png)