ଅବହେଳାର ଶିକାର ହେବା ପରେ ବିଜେପି ଛାଡ଼ିଲେ ଉଦୟ ପ୍ରଧାନ, ଖୁବ ଶୀଘ୍ର ବିଜେଡ଼ିରେ ଯୋଗଦେବେ!

ଚିକିଟି: ଗତ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ଆସନରୁ ବିଜେପି ଟିକେଟ ନ ମିଳିବା ପରେ ଉଦୟ ପ୍ରଧାନ ଅବହେଳା ଶିକାର ହୋଇଛନ୍ତି। ଦଳକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ ବି ତାଙ୍କୁ ବିଜେପି ଅବହେଳା କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି।। ଶ୍ରୀ ପ୍ରଧାନ ଖୁବ ଶୀଘ୍ର ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଉଦୟ ପ୍ରଧାନ କହିଛନ୍ତି, ୨୦୧୪ ନିର୍ବାଚନରେ ତତତ୍କାଳୀନ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଅମାନତ ହାରିବା ପରେ ମଧ୍ୟ ମୁଁ ଦଳରେ ରହି ସଂଗଠନ ପାଇଁ କାମ କରିଥିଲି। ଚିକିଟିରେ ବିଜେପିର ଯେତେବେଳେ କୌଣସି ଅସ୍ଥିତ୍ୱ ନ ଥିଲା ସେତେବେଳେ ସ୍ଥାନୀୟ ଯୁବକଙ୍କୁ ନେଇ ଦଳକୁ ଦୃଢ଼ କରିବା ପାଇଁ କାମ କରିଥିଲି। ମାତ୍ର ବିଜେପି ଗତ ନିର୍ବାଚନରେ ମୋତେ ଅବହେଳା କରିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ବିଜେପି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ଟିକେଟ ଦେଇଥିଲା। ତେଣୁ ନିଜେ ଅସମ୍ମାନିତ ମନେ କରି ଦଳଛାଡ଼ିଥିବା ଉଦୟ କହିଛନ୍ତି।

ସୂଚନା ଅନୁସାରେ ଉଦୟ ପ୍ରଧାନ ଗତ ୧୯ ତାରିଖରେ ଚିକିଟି ରାଣୀ ଉଷା ଦେବୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହା ପରେ ସେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଅପ୍ରତ୍ୟାଶିତ ବିଜେପି ଛାଡ଼ିଥିବା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଓଏଏସ୍‌ ଅଧିକାରୀ ଉଦୟ ପ୍ରଧାନ ଚାକିରିରୁ ଅବସର ନେବା ପରେ ୨୦୧୩ରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଚିକିଟି ଆସନରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଥିଲେ। କିନ୍ତୁ କଂଗ୍ରେସ ଉଦୟଙ୍କୁ ଟିକେଟ ଦେଇ ନ ଥିଲା। ତେଣୁ ସେ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର