ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଯ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କିଛି ଦିନ ତଳେ ନିଜ ସ୍ତ୍ରୀଙ୍କ ସହ ଧାନ ବିଲରେ ଧାନ କାଟୁଥିବା ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ। ଆଜି ବିଧାୟକ ଶ୍ରୀ ଗଣ୍ଡ ଭାଲୁଗୁଡାସାହିର ଶ୍ମଶାନକୁ ସଫା କରିଥିଲେ। ଏଥିରେ ସେ ସାହିର କିଛି ଯୁବକ ବିଧାୟକଙ୍କୁ ସହଯୋଗ କରିଥିଲେ। ବିଧାୟକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।
/sambad/media/post_attachments/wp-content/uploads/2020/11/98ce3b3c-21aa-4edd-b407-21220cdd8dbb-1024x768.jpg)
ସୂଚନାଯୋଗ୍ୟ, ଗତମାସ ୨୯ ତାରିଖରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ଜମିରେ ଧାନ କାଟିଥିଲେ। ନବରଙ୍ଗପୁର ଜିଲ୍ଲାରେ ସାଧାରଣତଃ ଦଶହରା ପରେ ଧାନ କଟା ଆରମ୍ଭ ହୋଇଥାଏ। ବିଧାୟକ ଶ୍ରୀ ଗଣ୍ଡ ଏ ସମୟରେ କୃଷି ଶ୍ରମିକଙ୍କ ସହ ମିଶି ନିଜ ଜମିରେ ଧାନ କାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କେବଳ ବିଧାୟକ ନୁହନ୍ତି ତାଙ୍କ ଧର୍ମପତ୍ନୀ ତଥା ଶିକ୍ଷୟିତ୍ରୀ ଚଇତି ଗଣ୍ଡ ବି ତାଙ୍କୁ ଧାନ କାଟିବା କାମରେ ସହଯୋଗ କରିଥିଲେ। ବିଧାୟକଙ୍କ ପତ୍ନୀ ଚେଇଗୁଡ଼ା ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ସେ ବି ପତିଙ୍କ କାନ୍ଧରେ କାନ୍ଧ ମିଶାଇ ଧାନ କଟା କାମରେ ଲାଗି ପଡ଼ିଛନ୍ତି।
/sambad/media/post_attachments/wp-content/uploads/2020/11/umerakot-mla.jpg)
ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଧାୟକ ହୋଇଥିଲେ ବି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ଚାଷଜମିରେ ସେ କାମ କରିବାରେ ପାଇଥାନ୍ତି ଆନନ୍ଦ। ଚାଷୀ ପରିବାରର ହୋଇଥିବାରୁ ତାଙ୍କର ମୂଳରୁ ଚାଷ କାର୍ଯ୍ୟ ପ୍ରତି ଦୁର୍ବଳତା ରହିଆସିଛି। ସେ ବିଧାୟକ ହୋଇଥିଲେ ବି ପ୍ରଥମେ ଜଣେ ଚାଷୀ ମନେକରନ୍ତି। ପୁରୁଷ ପୁରୁଷ ଧରି ସମଗ୍ର ଅଞ୍ଚଳରେ ଚାଷୀ ପରିବାର ଭାବେ ତାଙ୍କ ପରିବାରର ଖ୍ୟାତି ରହିଛି। ତେଣୁ ଯେତେବେଳେ ବି ସମୟ ମିଳୁଛି ଚାଷ କାମରେ ନିଜକୁ ନିୟୋଜିତ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/umarakot-mla08_Thumb.jpg)