ଉମରକୋଟ: ଜିଏସଟି ବିଭାଗର ଅଧିକାରୀମାନେ ବାରମ୍ବାର ଉମରକୋଟ ଆସି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉକୁ ନେଇ ଉମରକୋଟ ସହରର ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ଏଥି ନେଇ ଆଜି ଉମରକୋଟ ବ୍ୟବସାୟିକ ସଂଘ ପକ୍ଷରୁ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଜିଏସଟି ବିଭାଗର ଉମରକୋଟଠାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା।

Advertisment

ଓଡ଼ିଶାର ଅନ୍ୟ ସହରରେ ଏପରି ଚଢ଼ାଉ ହେଉନଥିବାବେଳେ ଉମରକୋଟରେ କାହିଁକି ଘନ ଘନ ଚଡ।ଉ କରାଯାଉଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। କରୋନା ଯୋଗୁଁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବ୍ୟବସାୟୀମାନେ ବ୍ୟାଙ୍କ ଓ ଲୋକଙ୍କଠାରୁ ହାତ ଉଧାରୀ ଆଣି ବହୁ କଷ୍ଟରେ ବ୍ୟବସାୟକୁ ଛିଡା କରାଉଥିବାବେଳେ ଜିଏସଟି ଅଧିକାରୀଙ୍କ ଚଢ଼ାଉ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଭାଙ୍ଗିସାରିଲାଣି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ଏପରି ଚଢ଼ାଉ ଦ୍ଵାରା ବ୍ୟବସାୟିକ ପ୍ରତିଷ୍ଠାନର ସୁନାମ ନଷ୍ଟ ହେଉଥିବାର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏହାକୁ ପ୍ରତିବାଦ କରି ଆସନ୍ତାକାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯନ୍ତ ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ପାଇଁ ଆଜି ବୈଠକରେ ନିଷ୍ପତି ହେଇଛି।