ଯାଜପୁର: ଅପହରଣ ପରେ ଯୁବତୀଙ୍କୁ ନଦୀକୁ ଫିଙ୍ଗି ଦେବା ଘଟଣାରେ ଅଭିଯୁକ୍ତ ପିଉସା ଗିରଫ

ଯାଜପୁର: ଗତ ଅଗଷ୍ଟ ମାସ ୨୦ ତାରିଖ ଦିନ ଗାଁ ନିକଟସ୍ଥ ବଜାରକୁ ଆସିଥିବା ବେଳେ କେତେକ ଦୁର୍ବୃତ୍ତ ଯୁବତୀଙ୍କୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଦୀର୍ଘ ୨୮ ଦିନ ଯୁବତୀଙ୍କୁ ଖରସ୍ରୋତା ନଦୀକୁ ଫିଙ୍ଗି ଦିଆଯାଇଥିଲା। ତେବେ କୌଣସି ମତେ ନଦୀ ପହଁରି ପହଁରି ଯୁବତୀ ଜଣକ କୂଳରେ ଲାଗିବା ପରେ ଏ ନେଇ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣ ପଚରାଉଚରା କରିଥିଲେ। ଏହି ଘଟରାରେ ପୁଲିସ ସମ୍ପୃକ୍ତ ଯୁବତୀଙ୍କ ପିଉସା ବିଜୟ କାନ୍ତଙ୍କୁ ଗିରଫ କରିଛି।


ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ସକାଳେ ଜଣେ ଯୁବତୀ ଖରସ୍ରୋତା ନଦୀରେ ଭାସି ଭାସି ଆସି ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଉତରାପୁର ଗାଁ ନିକଟସ୍ଥ ନଦୀକୂଳରେ ଲାଗିଥିଲେ। କୌଣସି ମତେ ନଦୀରୁ ବାହାରି ଯୁବତୀ ଜଣକ ଗାଁ ଲୋକଙ୍କୁ କହିଥିଲେ ଯେ ଗତ ଅଗଷ୍ଟ ୨୦ ତାରିଖ ଦିନ ସେ ମଧୁବନ ବଜାରକୁ ଆସିଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇ ଥିଲେ। ପରେ ସେମାନେ ଖରସ୍ରୋତା ନଦୀ ଭିତରକୁ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ଏହା ଶୁଣିବା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହତ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଧରି ଥାନାକୁ ଆଣିଥିଲା। ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଇତିବା ବେଳେଏହି ଅପହରଣ ମାମଲାର ମୁଖଅ ଅଭିଯୁକ୍ତ କୁହାଯାଉଥିବା ଯୁବତୀଙ୍କ ପିଉସା ତଥା ମଧୁବନର ବିଜୟ କାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର