ତରବୋଡ଼: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ବାଂଜିବାହାଲ ଛକ ନିକଟରେ ଏକ ମିନିଟ୍ରକ୍‌ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଭଣଜାଙ୍କ ମୃତ୍ୟୁ ଘଟିଥିବା ବେଳେ ମାମୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଦିନ ପ୍ରାୟ ୧ଟା ସମୟରେ କୋମନାର କୃଷ୍ଣଚନ୍ଦ୍ର ପୂଜାରୀ (୫୫ବର୍ଷ) ଓ ତାଙ୍କ ଭଣଜା ଧନଞ୍ଜୟ ବିଶି (୩୫ବର୍ଷ) ଏକ ବାଇକ୍‌ରେ ନୂଆପଡ଼ା ପଟୁ କୋମନାକୁ ଫେରୁଥିଲେ। ଏହି ସମୟରେ ବାଂଜିବାହାଲ ଛକ ନିକଟରେ ଏକ ମିନିଟ୍ରକ୍‌ ସହ ସେମାନଙ୍କ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଧନଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଂକଟାକନ୍ନ ଥିବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତରବୋଡ଼ ଫାଣ୍ଡି ଅଧିକାରୀ ରାମଲାଲ ଜୁରିଆ ଘଟଣାର ତଦନ୍ତ ଜାରି ରଖିଛନ୍ତି।