ପୁତୁରାର କଟୁରୀ ଚୋଟରେ ଦାଦା ମୃତ

ଯାଜପୁର: ନିଶାଶକ୍ତ ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ ଘଟିଛି । ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଗ୍ରାମରେ ଏପରି ଅଘଟଣ ସାମ୍ନାକୁ ଆସିଛି । ଗ୍ରାମର ପିୟୁଷକାନ୍ତ ବାହାଲିଆ(୩୨) ସବୁ ବେଳେ ନିଶା ଶକ୍ତ ହୋଇ ଗ୍ରାମବାସୀ ଡରାଇ ଧମକାଇ ରଖି ଆସୁଥିଲା । ଏପରିକି ଗ୍ରାମବାସୀ ତାର କାର୍ଯ୍ୟକଳାପକୁ ଭୟ କରୁଥିଲେ । ଏହି କାର୍ଯ୍ୟକଳାପକୁ ତାଙ୍କ ଦାଦା ଦେବେନ୍ଦ୍ର ବାହାଲିଆ(୪୭) ବିରୋଧ କରି ଆସୁଥିଲେ ।

ତେବେ ଆଜି ମଧ୍ୟାହ୍ନରେ ଦେବେନ୍ଦ୍ର ଖାଉଥିବା ସମୟରେ ହଠାତ୍ ପୁତୁରା ପିୟୁଷକାନ୍ତ ଏକ କଟୁରୀ ଆଣି ଦାଦାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ସଙ୍ଗେସଙ୍ଗେ ତାଙ୍କୁ ପରିବାର ଲୋକ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଅଭିଯୁକ୍ତ ଘଟଣା ପରେ ପୁତୁରା ହୋଇଯାଇଛି । ବରୀ ପୁଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଦେବେନ୍ଦ୍ର ମାରବଲ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ କୁନି କୁନି ଦୁଇ ଝିଅ ଓ ପତ୍ନୀ ଭାଙ୍ଗି ପଡିଛନ୍ତି। ଅଭିଯୁକ୍ତକୁ କଠୋର ଦଣ୍ଡ ମିଳୁ ବୋଲି ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର