ବୈପାରିଗୁଡା : ତିନି ବର୍ଷ ପୂରିଗଲାଣି ଅଥଚ ଅଧପନ୍ତିଆ ଅବସ୍ଥାରେ ପଡ଼ିରହିଛି ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ମଂଜୁର ହୋଇଥିବା ଗୃହ। କେନ୍ଦ୍ରକୁ ଆସୁଥିବା ପିଲାଙ୍କୁ ବସିବା ପାଇଁ ଜାଗାଟିଏ ନାହିଁ। କେବେ ଗଛ ମୂଳେ ତ କେବେ କାହା ବାରଣ୍ଡାରେ ପିଲାଙ୍କୁ ବସାଇ ଖାଇବାକୁ ଦିଆଯାଏ। ବର୍ଷାଦିନେ ରନ୍ଧା ଖାଦ୍ୟ ଘର ଘର ବୁଲି ବଣ୍ଟା ଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହା ହେଉଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତର ନୂଆଗାଁ ର ଚିତ୍ର। ଏଠାରେ ବାର ବର୍ଷ ତଳେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘରଟିଏ ତିଆରି ହୋଇଥିଲା।ସମୟ କ୍ରମେ ଘରଟିର ଅବସ୍ଥା ନଷ୍ଟ ହେବାକୁ ବସିଲା। ଛୋଟ ପିଲାଙ୍କୁ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଘର ଭିତରେ ବସେଇବା ପାଇଁ ଅଙ୍ଗନବାଡ଼ି କର୍ମୀ ଏବଂ ଗ୍ରାମବାସୀ ରାଜି ହେଲେ ନାହିଁ। ଏଣୁ ତିନି ବର୍ଷ ତଳେ ସିଡିପିଓଙ୍କୁ ଏବିଷୟରେ ଜଣାଇ ଦିଆଯାଇଥିଲା। ନୂତନ ଗୃହ ନିର୍ମାଣ ପାଇଁ ମଂଜୁର ହେବାପରେ ବିଧିବଦ୍ଧ ଭାବେ କାମ ଆରମ୍ଭ ହେଲା। ଅଥଚ ଏଯାଏ କାମ ସରିନି। ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଘର ଭିତରେ ଜଂଗଲ ଉଠିଲାଣି। ଏସଂପର୍କରେ ସିଡିପିଓଙ୍କୁ ପଚାରିବାରୁ ଘର ତିଆରି ପାଇଁ ମଂଜୁର ଆଦେଶ ଆସିବା ପରେ ବିଡ଼ିଓଙ୍କୁ ଘର କାମ ଆରମ୍ଭ କରିବା ପାଇଁ ଜଣାଇ ଦିଆଗଲା। କିନ୍ତୁ କେଉଁ କାରଣରୁ କାମ ସଂପୂର୍ଣ୍ଣ ହୋଇପାରୁନାହିଁ ସେ ସମ୍ପର୍କରେ ମୁଁ କିଛି କହି ପାରିବି ନାହିଁ। ଏସଂପର୍କରେ ବିଡ଼ିଓଙ୍କୁ ପଚାରିବାରୁ ଠିକାଦାର ଜଣକ କାମ ଅଧା ଛାଡି ଚାଲିଯାଇଛି। ଠିକାଦାରଙ୍କୁ ନୋଟିସ ଦିଆଯିବ ଏବଂ ଶୀଘ୍ର ଘରକାମ ସଂପୂର୍ଣ୍ଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଘର ତିଆରି କାମ ଶେଷ ହେବାପାଇଁ ଆଉ କେତେଦିନ ଦେଖିବାକୁ ରହିଲା।
୩ ବର୍ଷ ହେଲାଣି ଅଧପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର
/sambad/media/post_attachments/wp-content/uploads/2021/05/IMG-20210517-WA0019.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)