ଘଣ୍ଟାପଡ଼ା/ଖୁଣ୍ଟିଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ସେବା ସମବାୟ ସମିତିରେ ନିର୍ମାଣାଧୀନ ଶୌଚାଳୟକୁ ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଘଣ୍ଟାପଡ଼ା ସେବା ସମବାୟ ସମିତି ପକ୍ଷରୁ ୯୦ ହଜାର ଟଙ୍କା ଏବଂ କଣ୍ଟାମାଲ ଜଳ ଓ ପରିମଳ ବିଭାଗ ପକ୍ଷରୁ ୨ଲକ୍ଷ ୧୦ ହଜାର ଟଙ୍କା ମିଳିତ ଆର୍ଥିକ ସହାୟତାରେ ଏହି ଶୈାଚାଳୟ ଚାଷୀଙ୍କ ସୁବିଧା ପାଇଁ ନିର୍ମାଣ ହେଉଥିଲା। ତେବେ ଏହାକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଭାଙ୍ଗିଛି କାରଣ ଜଣାପଡ଼ିନାହିଁ। ଉଭୟ ବିଭାଗ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇନାହିଁ। ଏବିଷୟରେ ଘଣ୍ଟାପଡ଼ା ସେବା ସମବାୟ ସମିତିର ସମ୍ପାଦକ କର୍ଣ ରଣାଙ୍କୁ ପଚାରିବାରୁ, ଜଳ ଓ ପରିମଳ ବିଭାଗ ସହ ଆଲୋଚନା ପରେ ପୁଲିସର ସହାୟତା ନିଆଯିବ ବୋଲି କହିଛନ୍ତି।
ନର୍ମାଣଧୀନ ଶୌଚାଳୟକୁ ଭାଙ୍ଗିଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2020/11/4109201b-82bc-4173-95f5-94581bcdb2d8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)