ଓଏଏସ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳି ଅଭିଯୋଗ : ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ବାରିପଦା : ମାଡ଼ତତ୍ତ୍ୱ ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳି ଅଭିଯୋଗ ପରେ ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ବାରିପଦାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଚଳିତ ମାସ ୯ ଠାରୁ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ବର ଟୁଡୁ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଥିବା ବେଳେ ପ୍ରାଶାସନିକ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ଘଟଣା ଏକ ଭିନ୍ନ ମୋଡ ନେଇଛି ।  ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଓ ମନମୁଖୀ କାର୍ଯ୍ୟକୁ ଶ୍ରୀ ଟୁଡୁ ସାଂସଦ ହେବା ଦିନଠାରୁ ନିନ୍ଦା କରି ଆସୁଛନ୍ତି । ଜିଲ୍ଲାରେ ବିଭିନ୍ନ ସମସ୍ୟା ଥିବାବେଳେ ସେଗୁଡ଼ିକୁ ସଜାଡ଼ିବା ସହିତ ଜିଲ୍ଲାର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିଚାଲିଛନ୍ତି  । କିନ୍ତୁ ଜିଲ୍ଲା ପ୍ରଶାସନ ଓ ନିଜେ ଜିଲ୍ଲାପାଳ ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଏବଂ ଓଏଏସ ମାନେ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଜିଲ୍ଲା ପରିଷଦ ସଭାପତି, ବିଧାୟକ ମାନେ ଓ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରିବା ପାଈଁ ଆଗଭର ଥିବା ବେଳେ ଜିଲ୍ଲା ପ୍ରଶାସନ ସେଥିପ୍ରତି ଅସହଯୋଗ କରିବା ଦୁଃଖର ବିଷୟ ବୋଲି ପ୍ରକାଶ କରିଛନ୍ତି ।
 ଠିକ୍ ସେହିପରି ଜିଲ୍ଲାରେ ଓଏଏସ ସଂଘ ମଧ୍ୟ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ଓ ଜିଲ୍ଲା ପାଇଁ କେନ୍ଦ୍ରମନ୍ତ୍ରୀ କରୁଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ କରାଇନଦେବା ଉଦ୍ଦେଶ୍ୟରେ ସାଂସଦଙ୍କ କଣ୍ଠରୋଧ କରିବା ପାଇଁ ଏ ପ୍ରକାର ପ୍ରୟାସ କରୁଛନ୍ତି  ।
ପ୍ରକାଶ ଥାଉ କି କେନ୍ଦ୍ରମନ୍ତ୍ରୀଙ୍କ  ପ୍ରଥମ ଗସ୍ତ ସମୟରେ ବିଭିନ୍ନ ସମୀକ୍ଷା ବୈଠକ ମଧ୍ୟରୁ  ଜିଲ୍ଲାର ସମସ୍ତ ବିଡିଓ ମାନଙ୍କ, ତହସିଲଦାର ମାନଙ୍କ ସମୀକ୍ଷା ବୈଠକ ହେଉ କିମ୍ବା ଦିଶା ମିଟିଂରେ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣ ଦେଖେଇ କରାଇଦେଲେ ନାହିଁ । ତହସିଲଦାର ମାନଙ୍କ ସମୀକ୍ଷା ବୈଠକ ଦିନ ଜିଲ୍ଲାପାଳ ନିଜେ ନଆସି  ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ନିଜେ ନଆସି  ଉପ ଆରକ୍ଷୀ ଅଧିକ୍ଷକ ଙ୍କୁ ପଠାଇଲେ ଏହା ଜିଲ୍ଲା ପ୍ରଶାସନର ଅତ୍ୟନ୍ତ ସମ୍ବେଦନହୀନ କାର୍ଯ୍ୟ । ଏହା ବ୍ୟତୀତ ସେମାନେ ଯେଉଁ ରିପୋର୍ଟ୍ ପ୍ରଦାନ କଲେ ତାହା ମଧ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ନଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଦିଆ ଯାଇଥିବା ରିପୋର୍ଟ୍ ରେ ମୟୁରଭଞ୍ଜ ଜିଲ୍ଲାରେ କୌଣସି ସ୍ଥାନରେ କୌଣସି ପ୍ରକାର ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟ ହେବାର ନାହିଁ ।ଏହି ରିପୋର୍ଟ୍ କୁ ଦେଖି କେନ୍ଦ୍ରମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବା ମଧ୍ୟ ଜଣାପଡ଼ିଛି ଓ ଏଥିରୁ ପ୍ରଶାସନର ଇଚ୍ଛା ନାହିଁ ଜିଲ୍ଲାର ଉନ୍ନତି ହେଉ ବୋଲି ସ୍ପଷ୍ଟ ବାରି ହେଉଛି ।
ତା ଛଡ଼ା ବିଗତ ଦିନ ମାନଙ୍କରେ ଏହି ଓଏଏସ ଅଫିସର ମାନଙ୍କ ମଧ୍ୟରୁ ଅନେକ୍ ତହସିଲଦାର, ବିଡିଓ ମାନେ ବିଭିନ୍ନ ଦୁର୍ନୀତି ମାମଲରେ ଜଡିତ ଥିବା ଦେଖା ଯାଇଛି । ଯଥା ବେତନଟୀ ତହସିଲଦାର ବାଲି ଚୋରାଚାଲାଣ ମାମଲା , ରାସଗୋବିନ୍ଦପୁର ଅଞ୍ଚଳ ରେ ପଡୋଶୀ ରାଜ୍ୟକୁ  ବାଲି, ମୋରମ ଚୋରା ଚାଲାଣ ଖୁଲମ ଖୁଲା ହେଉ ଥିବା ବେଳେ ସ୍ଥାନୀୟ ଅଞ୍ଚଳ ବାସୀ ନିଜ ଗୃହ ନିର୍ମାଣ ପାଇଁ ବାଲି ନେଉଥିବା ବେଳେ ମୋଟା ଅଙ୍କର ଫାଇନ ଦେବାକୁ ପଡୁଛି  ରାସଗୋବିନ୍ଦପୁର ତହସିଲଦାର ଏହା ପ୍ରତି ଧ୍ୟାନ ନଦେବା । ସେହିପରି ନରେଗା ରେ ଏତେ ପରିମାଣରେ ଦୁର୍ନୀତି ହୋଇଛି ତାହାର ଉଦାହରଣ ସ୍ଵରୂପ ଯଶିପୁର ବିଡିଓ ଙ୍କୁ ବଦଳି କରି ଦିଆଗଲା । ସେହିପରି ରାଇରଙ୍ଗପୁର ଆଇଟିଡିଏ ର ପ୍ରକଳ୍ପ ଅଧିକାରୀ ମଧ୍ୟ ଦୁର୍ନତୀରେ  ବୁଡି ରହିଥିବାରୁ ସାଂସଦ ଶ୍ରୀ ଟୁଡୁଙ୍କ ସମୀକ୍ଷା ରେ କୌଣସି ତଥ୍ଯ ଦେଲେ ନାହିଁ ପରେ ବିଶୃଙ୍ଖଳା ହେବାରୁ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଗଲା  । ସେହିପରି ବିଡିଓ ଜାମଦା କରୋନା ସମୟରେ ଲାଲି ବତି ଲଗାଇ ସାଧାରଣ ଜନତା ଙ୍କୁ ମାରପିଟ କରିବାରୁ ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ଯ କୌଣସି ପଦକ୍ଷେପ  ନ ନେବାରୁ ସାଂସଦ ଙ୍କ ହସ୍ତକ୍ଷେପ ପରେ ସେଠାରୁ ବଦଳି କରାଗଲା । ଏହି ପ୍ରକାର ବିଭିନ୍ନ ଦୁର୍ନୀତି ରେ ଓଏଏସ ମାନେ ପୂର୍ବରୁ ମଧ୍ୟ ଜଡିତ ଥିଲେ । ଜନସାଧାରଣ ଙ୍କ  ସ୍ଵାର୍ଥ ପାଇଁ ପ୍ରଧାନମନ୍ତ୍ରୀ ଆବସ ହେଉ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଦୁର୍ନୀତି ହେଇଛି, କେନ୍ଦ୍ର ସରକାର ଦେଇଥିବା  ୧୪ ଗୋଟି ଏକଲବ୍ୟ ସ୍କୁଲ ମଧ୍ୟ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ସ୍କୁଲ ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇ ନଥବାରୁ ଏବଂ ଏହି ସବୁ ବିଷୟରେ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଶ୍ରୀ ଟୁଡୁ ବାରମ୍ବାର ପଚାରିବାରୁ  ତଥ୍ୟ ଦେଉନାହାନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କୁ ନକରାଇ ଦେବାକୁ  ଜିଲ୍ଲା ପ୍ରଶାସନ ଶାସକ ଦଳର ହାତ ବାରିସି ସାଜିଛି  । ଜିଲ୍ଲାର ଉନ୍ନତି ହେଲେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଟୁଡୁ ଶ୍ରେୟ ନେଇଯିବେ ସେଥିପାଇଁ ତାଙ୍କ କଣ୍ଠରୋଧ କରିବା ପାଇଁ ଏ ପ୍ରକାର ଚକ୍ରାନ୍ତ କରାଯାଉଥିବା ଶ୍ରୀ ଟୁଡୁ ପ୍ରକାଶ  କରିଛନ୍ତି  । କିନ୍ତୁ ମୟୁରଭଞ୍ଜ ଜନ ସାଧାରଣଙ୍କ ପାଇଁ ସେ ଆଜି କେନ୍ଦ୍ର ମନ୍ତ୍ରୀ ହୋଇ ଥିବା ବେଳେ ଯେ କୌଣସି ପରିସ୍ଥିତିରେ ମଧ୍ୟ ସେ ଲୋକ ଙ୍କ ସ୍ଵାର୍ଥ ପାଇଁ କୌଣସି ସାଲିସ କରିବେ ନାହିଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ  କହିଛନ୍ତି  ।
ସେହିପରି ସର୍କିଟ ହାଉସରେ କେନ୍ଦ୍ରମନ୍ତ୍ରୀ ରହିବେ ବୋଲି ପୂର୍ବରୁ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଥିଲେ ମଧ୍ୟ  ଜିଲ୍ଲାପାଳଙ୍କ ଚିଠି ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ସର୍କିଟ ହାଉସ ରଙ୍ଗ କାର୍ଯ୍ୟ ହେଉଛି ତେଣୁ ସେଠାରେ ରୁମ୍ ନାହିଁ ବୋଲି ଶେଷ ମୁହୂର୍ତ୍ତରେ କେନ୍ଦ୍ରମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଙ୍କୁ ଉପ ଜିଲ୍ଲାପାଳ ଜଣାଇ ଥିଲେ ।  ମାତ୍ର  କେନ୍ଦ୍ରମନ୍ତ୍ରୀ ପହଁଚି ଦେଖିବା ବେଳେ  ସେହି ରୁମ୍ ରେ କୌଣସି କାର୍ଯ୍ୟ କରାଯାଉ ନାହିଁ ଓ ସେଠାରେ କେନ୍ଦ୍ରମନ୍ତ୍ରୀ ଙ୍କ ଅଧିନସ୍ଥ ବିଭାଗର ଜଣେ ରାଜ୍ୟ ସ୍ତରୀୟ ଅଫିସର ଅଛନ୍ତି ଏହା କଣ ଜିଲ୍ଲା ପ୍ରଶାସନର କେନ୍ଦ୍ରମନ୍ତ୍ରୀ ଙ୍କ ପ୍ରତି ଅସମ୍ମାନ ନୁହେଁ କି ।
ପରେ  କଥାକୁ ସୁଧାରିବା ପାଇଁ ଉପଜିଲ୍ଲାପାଳ ଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଙ୍କ ରହିବାର ବ୍ୟବସ୍ଥା କରାଯାଇ ଥିଲା   ।
ସମ୍ବନ୍ଧିତ ଖବର