ଜୟପୁର: ସ୍ଥାନୀୟ ଗାଗନାପୁରସ୍ଥ ସେବା କାଗଜ କଳ ଗତ ୪୫ଦିନ ହେବ ବନ୍ଦ ରହିଛି। ବିବିଧ ସମସ୍ୟା ଲାଗିରହିଛି। ଶ୍ରମିକ ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ନେତୃତ୍ବରେ ଶ୍ରମିକ ପ୍ରତିନିଧି ଓ ଅବସରପ୍ରାପ୍ତ ଶ୍ରମିକମାନେ ସାଂସଦ ଓ ଜିଲ୍ଲାପାଳ ଏଥିରେ ପ୍ରକାଶ ଥାଉକି ଗତ ୪୫ଦିନ ହେବ କାଗଜ କଳ ଉତ୍ପାଦନ ବନ୍ଦ ରହିଛି ଏବଂ ଶ୍ରମିକମାନଙ୍କୁ ଚାରି ମାସ ହେବ ଦରମା ନାହିଁ। ଠିକା ଶ୍ରମିକ ସୁରକ୍ଷା କର୍ମୀ ମାନଙ୍କୁ ୫ ମାସ ହେବ ଦରମା ନାହିଁ। କାରଖାନା କେବେ ଚାଲିବ ସଠିକ୍ ଭାବେ ସ୍ଥାନୀୟ ପରିଚାଳନା ଉଚ୍ଚ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି। କାଠ ଭେଣ୍ଡର ବକେୟା ଟଙ୍କା ନ ମିଳିବାରୁ କାଠ ଦେଉ ନାହାନ୍ତି। ଗତ ସଂସଦ ଅଧିବେଶନ ରେ ପ୍ରଶ୍ନ କରିବା ପାଇଁ ସେ ସଂସଦକୁ ଅବଗତ କରିଥିଲେ। କିନ୍ତୁ ମଣିପୁର ହିଂସା ଘଟଣା ପାଇଁ ଏସଂପର୍କରେ ଆଲୋଚନା ହୋଇପାରି ନଥିଲା ବୋଲି ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଆଲୋଚନା ବେଳେ ଶ୍ରମିକ ନେତାଙ୍କୁ ସୂଚନା ଦେଇଥିଲେ। କିନ୍ତୁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ସମସ୍ୟା ବିଷୟରେ ଆଲୋଚନା କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ପି ଏଫ୍ ସମସ୍ୟା ସମାଧାନ ନହେଲେ କୋଲକାତା ସ୍ଥିତ ଆଞ୍ଚଳିକ ପିଏଫ୍ କମିସନର ଅଫିସକୁ ୟୁନିଅନ ପ୍ରତିନିଧି ଏବଂ ମ୍ୟାନେଜମେଣ୍ଟକୁ ନେଇ କି ଯିବା ପାଇଁ ସାଂସଦ ପ୍ରସ୍ତାବ ଦେଇଛନ୍ତି।
ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଶ୍ରମିକ ନେତା ମାନେ ପ୍ରଦାନ କରି କାରଖାନା ପୁନଃ କାର୍ଯ୍ୟକ୍ଷମ କରିବାକୁ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ୫ଟି ସଚିବ ଏବିଷୟକୁ ଗୁରୁତ୍ୱର ସହ ନେଇଥିବା ଜିଲ୍ଲାପାଳ ଶ୍ରମିକ ସଂଘ ନେତା ମାନଙ୍କୁ ସୂଚନା ଦେଇଥିଲେ। ଶ୍ରମ ସଚିବ, ଶିଳ୍ପ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ୟା ସମାଧାନ ପଦକ୍ଷେପ ନିଆଯାଉଥିବା ସଂପର୍କରେ ଜିଲ୍ଲାପାଳ ଶ୍ରମିକ ସଂଘ ନେତା ମାନଙ୍କୁ ସୂଚନା ଦେଇଥିବା ଏକ ପ୍ରେସବିବୃତ୍ତିରେ ଶ୍ରମିକ ନେତା ଶ୍ରୀ ମହନ୍ତି ଜଣାଇଛନ୍ତି। ଚାରି ମାସ ହେଲା ଅଧା ଦରମା ଯାହା ଅଗ୍ରୀମ ଆକାରରେ ମିଳୁଛି ତାହା ମଧ୍ୟ ନପାଇ କିଭଳି ବଞ୍ଚୁଛନ୍ତି ଶ୍ରମିକ ମାନଙ୍କ ପରିବାର ତାହା ଉଦବେଗଜନକ। ଜନସାଧାରଣ ଙ୍କ ସହଯୋଗ ଓ ସମର୍ଥନ ନେଇ ଦଳମତ ନିର୍ବିଶେଷରେ ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ଶ୍ରମିକ ନେତା ଶ୍ରୀ ମହାନ୍ତି ଜଣାଇଛନ୍ତି। ଏଥିରେ ବନମାଳୀ ପାତ୍ର, ନାରାୟଣ ଦାଶ, ମୁରଲୀଧର ପାତ୍ର, ଉମାକାନ୍ତ ଶତପଥୀ, ପ୍ରମୋଦ ତିୱାରୀ,କେ ସତ୍ୟନାରାୟଣା, ଅଲେଖ ପାତ୍ର,ଜୟଶଙ୍କର ଯାଦବ ପ୍ରମୁଖ ଭାଗ ନେଇଥିଲେ।