ଜୟପୁର: ଜୟପୁରର ଏକ ସାହିରେ ରହୁଥିବା ହୀନା ନାଗ ଓ ସେହି ସାହିର ଜଣେ ଯୁବତୀଙ୍କ ମଧ୍ୟରେ ଗତ ୫ବର୍ଷ ହେବ ସମଲିଙ୍ଗୀ ପ୍ରେମ ସଂପର୍କ ରହିଥିବା ହୀନା ଅଭିଯୋଗ କରିଛନ୍ତି। ଅଚାନକ ଭାବେ ଗତ ଫେବ୍ରୁଆରି ମାସରେ ଉକ୍ତ ଯୁବତୀ ଜଣକ ଅନ୍ୟତ୍ର ବିବାହ କରିଛନ୍ତି। ଯୁବତୀ ଜଣକ ତାଙ୍କ ସହ ଜୀବନସାରା ସମଲିଙ୍ଗୀ ସପଂର୍କରେ ରହିବାକୁ କହି ତାଙ୍କୁ ଧୋକ୍କା ଦେଇଥିବା ଅଭିଯୋଗ କରିଛନ୍ତି ହୀନା। ଏ ନେଇ ହୀନା ଜିଲ୍ଲା ପୁଲିସର ମହିଳା ସେଲରେ ବି ଗତ କିଛି ଦିନ ତଳେ ଅଭିଯୋଗ କରିଥିଲେ। ମହିଳା ସେଲ ଉଭୟଙ୍କୁ ଡାକି ଏ ନେଇ ଆଲୋଚନା କରିବା ସହ ପରାମର୍ଶ ବି ଦେଇଥିଲେ। ତେବେ ହୀନା ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି। ସେ ଏବେ ଆଇନର ଆଶ୍ରୟ ନେଇ ଉକ୍ତ ଯୁବତୀଙ୍କ ନାଁରେ କୋର୍ଟ ମାଧ୍ୟମରେ ମାମଲା ରୁଜୁ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ୨୦୧୬ ମସିହାରେ ଅଭିଯୋଗ କାରିଣୀ ହୀନା ସହ ଉକ୍ତ ଯୁବତୀ ଜଣକ ସହ ସଂପର୍କ ସ୍ଥାପନ କରିଥିଲେ। ଉଭୟଙ୍କ ଘର ଏକାସାହିରେ ଥିବାରୁ ଦୁହେଁ ଦୁହିଁଙ୍କୁ ସବୁ ବେଳେ ମିଶୁଥିଲେ। ଏଭଳି ସାଙ୍ଗ ହୋଇ ଜାନିଯାତ୍ରା, ଭୋଜିଭାତ, ବୁଲାବୁଲିବି କରୁଥିଲେ। ଗତ ୫ବର୍ଷ ହେବ ଥିବା ସଂପର୍କ ଗତ ଫେବ୍ରୁଆରି ମାସରୁ ଫାଟ ଦେଖାଦେଇଥିଲା। କୁଆଡେ ଯୁବତୀ ଜଣକ ହୀନାଙ୍କୁ ପୁଅ ପିଲା ଦେବା ଶାରିରୀକ ସୁଖ ତୁମେ ଦେଇ ପାରିବ କି?
ତୁମେ ଜଣେ ଝିଅ, ମୋତେ ପିଲା ଛୁଆ ଦରକାର, ତୁମେ ଦେଇ ପାରିବ କି? ବୋଲି ଯୁବତୀ ଜଣକ ପ୍ରଶ୍ନ କରିଥିବା କହିଛନ୍ତି ହୀନା। ୨୦୧୬ ମସିହାରେ ହୀନାଙ୍କ ସହ ଉକ୍ତ ଯୁବତୀ ଜଣକ ସଂପର୍କ ରଖିବା ସମୟରେ ହୀନା ଉକ୍ତ ଯୁବତୀଙ୍କୁ ବାରମ୍ବାର ଆମେ ଦୁଇ ଝିଅ ଏହି ସଂପର୍କକୁ ପରିବାର, ସମାଜ ଆଦି ସ୍ବୀକୃତି ଦେବେ ନାହିଁ ବୋଲି ବି ବୁଝାଇଥିବା ହୀନା କହିଛନ୍ତି। ତେବେ ଉକ୍ତ ଯୁବତୀ ଜଣକ କିନ୍ତୁ ତାଙ୍କୁ ଭଲପାଉଛନ୍ତି ଏବଂ ତାଙ୍କୁ ଛାଡ଼ି ବଂଚି ପାରିବେ ନି ବୋଲି କହିଥିଲେ। ଏବଂ ଜୀବନଯାକ ତାଙ୍କ ସହ ରହିବେ ବୋଲି ଯୁବତୀ ଜଣକ କହିଥିବା ହୀନା କରିଥିଲେ। ଏହା ହୀନା ଓ ଯୁବତୀ ଜଣକର କିଛି ଅନ୍ତରଙ୍ଗ ମୂହର୍ତ୍ତର କିଛି ଫଟୋ ଚିତ୍ରକୁ ବି ଗଣମାଧ୍ୟମ ନିକଟରେ ଦେଖାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଯୁବତୀ ଜଣକ ଓଲଟା ହୀନାଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ ଜଣେ ଝିଅ ଓ ଅନ୍ୟ ଝିଅ ଭଳି ସାଙ୍ଗ ହୋଇଥିଲେ। ତେବେ ହୀନା ଏଥି ପୂର୍ବରୁ ଆଉ ୨ଟି ଝିଅ ସହ ବି ଏଭଳି ସମଲିଙ୍ଗୀ ସଂପର୍କ ସ୍ଥାପନ କରିଥିଲେ। ଜଣେ ପୁଅ ଭଳି ହୀନା ବି ସବୁ ରକମର ସୁଖ ସୁବିଧା ଦେଇ ପାରିବେ ବୋଲି ଯୁବତୀ ଜଣକ କହିଛନ୍ତି।
ଜଣେ ଝିଅ ଅନ୍ୟ ଜଣେ ଝିଅକୁ ପୁରୁଷ ଦେଇ ପାରୁଥିବା ସମସ୍ତ ରକମର ସୁବିଧା ଏବଂ ପିଲା ଛୁଆ ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି। ହୀନା ତାଙ୍କୁ ଜୋର ଜବରଦସ୍ତ କରିବାରୁ ସେ ତାଙ୍କୁ ଠାରୁ ସଂପର୍କ ଛିନ୍ନ କରି ବାହା ହୋଇଛନ୍ତି। ହୀନା ଯଦି ପୁଅ ଭଳି ରହିବାକୁ ଚାହୁଁଛନ୍ତି ତେବେ ତାହା ତାଙ୍କ ନିଜ ଇଛା। ଯୁବତୀ ନିଜ ଇଛା ଓ ଅଧିକାରରେ ରହି ପାରିବେ ତାଙ୍କୁ କେହି ବାଧ୍ୟ ବାଧ୍ୟକତା କରି ପାରିବେ ନାହିଁ ବୋଲି କହିଛନ୍ତି। ହୀନା ଆଇନର ଆଶ୍ରୟ ନେଇପାରନ୍ତି। ତାହା ତାଙ୍କ ବ୍ୟକ୍ତିଗତ ବେପାର ବୋଲି ଯୁବତୀ ଜଣକ କହିଛନ୍ତି। ତାଙ୍କ ଫଟୋ ସବୁକୁ ଟ୍ୟାମ୍ପରିଂ କରି (ଯୋଡି) ଏଭଳି ତାଙ୍କୁ ବଦନାମ କରୁଛନ୍ତି ବୋଲି ଓଲଟି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଉଭୟଙ୍କ ବିବାଦକୁ ନେଇସହରରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୯ତାରିଖ ଦିନ ମାନ୍ୟବର ଏସଡିଜେଏମ୍ କୋର୍ଟରେ ଏକ ୱାନସିସି ମାମଲା ଦାଖଲ କରିବେ ବୋଲି କହିଛନ୍ତି ହୀନାଙ୍କ ଓକିଲ ଆରତୀ ମହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-somlingi3.jpg)