ରାଉରକେଲା:ଆଜି ସକାଳେ ରାଉରକେଲା ସେକ୍ଟର ୬ସ୍ଥିତ ତାରିଣୀ କମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ହତୃା କରି ଫିଙ୍ଗି ଦିାଯାଇଥିବା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କ ରକ୍ତ ଜୁୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ଲେଗିଂସ ଓ ଟପ୍ ପରିହିତା ଜଣେ ୨୪ରୁ ୨୮ ବର୍ଷୀୟା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାରିଣୀ ମନ୍ଦିର ନିକଟସ୍ତ ଏକ ବୁଦାମୂଳରେ ପଡ଼ିଥିବା କେତେକ ଲୋକ ଦେଖିଥିଲେ। ଯୁବତୀଙ୍କ ପରିଚୟ ଜଣାପଡ଼ି ନ ଥିଲେ ମଧ୍ୟ ମୃତଦେହ ଠାରୁ ଅଳ୍ପ ଦୂରରେ ଏକ ଓଡ଼ି ୧୪ ବି ୩୭୬୨ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ପ୍ଲେଜର ଗାଡ଼ି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଯୁବତୀଙ୍କ ମୁର୍ହଁକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା।
ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିିଛି। ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ହ ବୋଳଇ ଲୋକେ ସନ୍ଦେହ କରୁଛନ୍ତି। ବିଶେଷ କରି ମୃତଦେହ ଠାରୁ ଅଳ୍ପ ଦୂରରେ ଏକ ଗାଡ଼ି ରଖାଯାଇଥିବା ଓ ଯୁବତୀଙ୍କ ମୁହଁକୁ ପଥରରେ ଛେଚା ଯାଇଥିିବାରୁ କେହି ଯୁବକ ଯୁବତୀଙ୍କୁ ଏଠାକୁ ଡ଼ାକି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Rourkela_16.02.18.jpg)