କଟକ: କାରକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ, ୨ ଗୁରୁତର

କଟକ: ଆଜି ଭୋର ଭୋରରୁ ଭୁବନେଶ୍ୱରରୁ କଟକ ଯାଉଥିବା ଏକ ଇଣ୍ଡିକା ଗାଡ଼ିକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନଙ୍କର ପରିଚୟ ଜଣାପଡ଼ି ନାହିଁ।
କଟକ ସଦର ଥାନା ଇନ୍‌ସପେକ୍ଟରଙ୍କ ଠାରୁ ପ୍ରକଶ ଯେ, ଆଜି ଭୋର ପ୍ରାୟ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଭବନେଶ୍ୱରରୁ ଦୃତଗତିରେ କଟକ ଅଭିମୁଖେ ଯାଉଥିବା ଏକ ଇଣ୍ଡିକା କାରକୁ କୌଣସି ଅଜଣା ଟ୍ରକ୍‌ କିମ୍ବା ଟ୍ରଲର ଧକ୍କା ଦେଇଛି। ଫଳରେ ଗାଡ଼ି ଭିତରେ ଥିବା ସମସ୍ତ ୫ ଜଣ ଯାତ୍ରୀ ଚାପି ହୋଇ ରହିଯାଇଥଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ଯୋଗେ ଗାଡ଼ିକୁ କାଟି ମୃତାହତମାନଙ୍କୁ ଉଦ୍ଧାର କରିଥିଲା। ତେବେ ଉଦ୍ଧାର କଲାବେଳକୁ ଗାଡ଼ି ଭିତରେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିସାରିଥିଲା ବୋଲ ଇନ୍ସପେକ୍ଟର କହିଛନ୍ତି।

ସମ୍ବନ୍ଧିତ ଖବର