ଅଜଗର ଉପରେ ଚଢ଼ିଗଲା ଅଜଣା ଗାଡ଼ି

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ମଣଦା ବନଖଣ୍ଡ ଅଧିନ ସ୍ଥାନୀୟ ଖଜୁରୀ କଟାସ ଗ୍ରାମ ଛକସ୍ଥିତ ୪୯ ନଂ ଜାତୀୟ ରାଜପଥ ଉପରେ ଆଜି ଏକ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଥିବା ମୃତ ଅଜଗର ସାପକୁ ଦେଖିବାକୁ ମିଳିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳକୁ ବନବିଭାଗ ପହଞ୍ଚି ମୃତ ଅଜଗରର ଅବଶିଷ୍ଟାଂଶକୁ ଉଦ୍ଧାର କରି ଅନ୍ୟତ୍ର ପୋତି ଦେଇଥିଲେ।

ଏହି ଘଟଣାକୁ ନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି। ଅଜଗରର ଲମ୍ବ ୧୪ ରୁ ୧୫ ଫୁଟ ଥିବା ବେଳେ ଚଉଡ଼ା ୨ ଫୁଟ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଗତକାଲି ରାତ୍ରି ସମୟରେ ଏହି ଅଜଗରଟି ରାଜପଥ ପାର ହୋଉଥିବା ବେଳେ କୌଣସି ଏକ ଅଜଣା ଗାଡି ଏହା ଉପରେ ମାଡିବା କାରଣରୁ ଏହାର ମୃତ ହୋଇଛି ବୋଲି ଜଣାପଡିଛି। ଏହି ଘଟଣା ପରେ ପାଖାପାଖି ଅଞ୍ଚଳରେ ଆହୁରି ଅଜଗର ରହିଥିବା ସନ୍ଦେହ ନେଇ ସ୍ଥାନୀୟ ଖଜୁରୀକଟାସ ଗ୍ରାମ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର