ବିବାହିତ ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡ଼କିରାସିରା ଗ୍ରାମର ଶମ୍ଭୁ ନାଏକଙ୍କ (୩୫) ଅସ୍ବଭାବିକ ମୃତ୍ୟୁ ହୋଇଛି । ଶମ୍ଭୁ ଗୁରୁବାର ରାତିରେ ଗାଁରେ ହେଉଥିବା ଦଣ୍ଡ ନାଚ ଦେଖି ରାତି ୨ଟାରେ ଘରକୁ ଫେରିଥିଲେ। ସକାଳୁ ନ ଉଠିନଥିଲେ। ପରବାର ଲୋକ ଉଠାଇବାକୁ ଗଲା ବେଳେକୁ ତାଙ୍କ ମୃତ୍ୟୁ ହୋଇଯାିଥିଲା। ‌ପରିବାର ଲୋକଙ୍କଠାରୁ ଖବର ପାଇ ସୁବଳୟା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ଡାକ୍ତରଖାନାକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏଏସ୍ଆଇ ମଘା ବାରିକ ତଦନ୍ତ କରୁଛନ୍ତି। ମୃତକଙ୍‌କ ସ୍ତ୍ରୀ, ୨ ପୁଅ,ଝିଅ ଅଛନ୍ତି। ଅତ୍ୟନ୍ତ ଗରିବାର ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର