ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୭୦ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୦୪ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

 

ଭୁବନେଶ୍ବରରେ ଏଯାବତ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୭୫୮ରେ ପହଞ୍ଚିଥିବା ବେଳେ ଏବେ ବି ଆହୁରି ୧୧୧୭୪ଟି ସକ୍ରିୟ ମାମଲା ରହିଛି। ‌ତେବେ କରୋନାରେ ସଂକ୍ରମିତ ହୋଇ ୩୪୧ଜଣଙ୍କ ଏଯାବତ ମୃତ୍ୟୁ ହୋଇଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୦୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୬୫୨୨୨ରେ ପହଞ୍ଚିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର