ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ଷ୍ଟାର ମାନ୍ୟତା ୨୦୨୩ ମାର୍ଚ୍ଚ ୧ରେ ଖଣିଜ ଦିବସ ଅବସରରେ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଇସ୍ପାତ ଓ ଖଣି ସଚିବ ବିବେକ ଭରଦ୍ବାଜ ଉପସ୍ଥିତ ରହି ବିଜେତାଙ୍କୁ ପୁରସ୍କୃତ କରିଥିଲେ। ସାମାଜିକ ଦାୟିତ୍ବବଦ୍ଧତା, ପରିବେଶଗତ ଅନୁକୂଳ, ବୈଷୟିକ ଏବଂ ବିଜ୍ଞାନସମ୍ମତ ଭାବରେ ମଜଭୁତ ଖଣିକାର୍ଯ୍ୟ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଭୂମି ବ୍ୟବହାର କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ୫ଷ୍ଟାର ଖଣି ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଆଇବିଏମ, ନାଗପୁର ପକ୍ଷରୁ ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରାଯାଇଥିଲା। ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ତାହାର ବାଫିଲମାଳି, ଆମତିପାଣି, ଭୂସର ଓ ସାମ୍ରି ଆଦି ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ ବକ୍ସାଇଟ ଖଣିଗୁଡିକ ସକାଶେ ଚାରୋଟି ୫ଷ୍ଟାର ମାନ୍ୟତା ଲାଭ କରିସାରିଛି। ହିଣ୍ଡାଲକୋର ସର୍ବବୃହତ ଖଣି ବାବରେ ପ୍ରୟାସସମୂହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

Advertisment

୨୦୨୧-୨୨ ବର୍ଷ ପାଇଁ ରିଟର୍ଣ୍ଣର ଯାଞ୍ଚ, ରେକର୍ଡ ଏବଂ ସଫଳତା ଆଦି ସମୟରେ ଆଇବିଏମ ଅଧିକାରୀମାନଙ୍କ ଦ୍ବାରା କଡାକଡି ତଦାରଖ କରାଯିବା ପରେ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ବାଫିଲମାଳି ବକ୍ସାଇଟ ଖଣିକୁ ଏସଡିଏଫ ସର୍ତ୍ତାବଳୀ ଅନୁପାଳନ କରି ଏହାର ପ୍ରଶଂସନୀୟ ଏବଂ ସଠିକ କାର୍ଯ୍ୟ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଉତ୍କଳ ଆଲୁମିନାର ୟୁନିଟ ହେଡ ତଥା ସଭାପତି ମଜହର ବେଗ ଆନନ୍ଦ ଆଇବିଏମକୁ କୃତଜ୍ଞତା ଜଣାଇବା ସହ ଉତ୍କଳ ଆଲୁମିନା ଦୀର୍ଘସ୍ଥାୟୀ ଖଣି ମାନକ ଅନୁପାଳନ କରି ଜନସାଧାରଣଙ୍କର ସାମଗ୍ରିକ ବିକାଶ ନିମନ୍ତେ ପ୍ରତିବଦ୍ଧ ରହିଥିବା କହିଥିଲେ। ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ ସମାରୋହରେ ହିଣ୍ଡାଲକୋ ବିଜନେସ ହେଡ଼ ରାକେଶ ଗୁପ୍ତା, ବକ୍ସାଇଟ ହେଡ ବ୍ରିଜେଶ ଝା, ଉତ୍କଳ ଆଲୁମିନା ମାଇନ୍ସ ହେଡ ମୁକେଶ କୁମାର ଝା,ଉତ୍କଳ ଆଲୁମିନା ଜିଓଲୋଜି ହେଡ କେ ସି ଜ୍ୟୋତିଷୀ,ମ୍ୟାନେଜର ପ୍ରଦ୍ୟୁମ୍ନ ଦାସ ସମେତ ହିଣ୍ଡାଲକୋର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।