ଜୟପୁର: ଆଜି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଛି। ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡ଼ିଛି। ରାଜ୍ୟ ସରକାର ଓ କୋରାପୁଟ ଜିଲ୍ଲାପ୍ରଶାସନ କୋଭିଡ୍ କଟକଣା ଭିତରେ ଉତ୍କଳ ଦିବସ ପାଳନ କରିବାକୁ ମାର୍ଗଦର୍ଶିକା ଜାରି କରିଥିଲେ। ଏହି ଅବସରରେ ସଭାସମିତି ଓ ସମାବେଶରେ ଜନସମାଗମ ଉପରେ ଅଙ୍କୁଶ ବି ଲାଗିଥିଲା। ତେବେ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପକ୍ଷରୁ ଆଜି ପୃଥକ ପୃଥକ ଭାବେ ଏହି ଦିବସକୁ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା।
ଜିଲ୍ଲାପ୍ରଶାସନ ପକ୍ଷରୁ ସହରରେ ଥିବା ବିଭିନ୍ନ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀ ମାନେ ବୁଲି ବୁଲି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ପିଏଆଇଟିଡିଏ ଗୋପୀନାଥ ସାରକା, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ପୌରଜନସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ ପାଢ଼ୀ, ସହକାରୀ ଯନ୍ତ୍ରୀ, ବିଇଓ ରାମଚନ୍ଦ୍ର ବିଷୋୟୀ , ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପିତବାସ ବିଶ୍ବାଳ ପ୍ରମୁଖ ଭାଗ ନେଇଥିଲେ। ଏହି ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ତର୍କ, ଦେଶାତ୍ମବୋଧକ ସଂଗୀତ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ବିଇଓଙ୍କ କାର୍ଯ୍ୟାଳୟରେ ପୁରସ୍କୃତ କରାଯାଇଥିଲା।
ସେଭଳି କୋରାପୁଟଜିଲ୍ଲା ଉତ୍କଳସମ୍ମିଳନୀ ଶାଖା ପକ୍ଷରୁ ରାଜନଅରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଂଧ୍ୟାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ଥାନୀୟ ବାବା ସାହେବ କଲ୍ୟାଣ ମଣ୍ଡପ ପରିସରରେ ଏହି ଦିବସ ପାଳନ କରାଯାଇଥିଲା। ସେଭଳି ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜିଲ୍ଲା ଦୌରାଜଜ୍ କୋର୍ଟ ଏବଂ ରାଜନଅରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବସ ପାଳନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ରାଜ୍ୟଆବାହକ ବିନୋଦ ମହାପାତ୍ର, ସଭାପତି ମଦନ ମୋହନ ନାୟକ, ଦାଶରଥୀ ପଟ୍ଟନାୟକ, ମୀନକେତନ ପରିଚ୍ଛା, ଭେଙ୍କଟରାଓ ପଟ୍ଟନାୟକ, ସୁରେଶ ହଡପ, ମାଧବ ଚୌଧୁରୀ, ଶୀତଳ ରଥ, ରାମକୃଷ୍ଣ ସାହୁ, ନବୀନ ମାଦଳା, ରାମନାଥ ମିଶ୍ର, ସୁଧିର ତ୍ରିପାଠୀ,ତେଜେଶ୍ବର ପଣ୍ଡା, ଜିଲ୍ଲା ଆଇନଜୀବୀ ସଂଘର ସଭାପତି ସରୋଜ ଦାଶ, ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରିଧର ଖରା, ବିରେଶ ପଟ୍ଟନାୟକ, ଅନୁପ ପାତ୍ର, କେ.ପ୍ରସାଦ ରାଓ, ରବିନ୍ଦ୍ର ପାତ୍ର, ଦେବେନ୍ଦ୍ର ବାହିନୀପତି, ମହେନ୍ଦ୍ର ଅଧିକାରୀ, ସହଦେବ ପଟ୍ଟନାୟକ, ବାଲା ରାୟ, ହରିଶ୍ଚନ୍ଦ୍ର ମୁଦୁଲି, ଗୋକୁଳ ସୂର୍ଯ୍ୟ, ଶ୍ରୀଚନ୍ଦନ ନାୟକ, ରାଜେନ୍ଦ୍ର ଗୌଡ, ଶିବପ୍ରସାଦ ପାଢ଼ୀ, ଏମଡି ଖାଲିଦ୍ , ବିଜି ରାୟ ଜେନାଦେଓ, ରମାକାନ୍ତ ରାଉଳ, ପି.ସନ୍ୟାସୀ ରାଓ, ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ତାପସ ପଣ୍ଡା ପ୍ରମୁଖ ବହୁ ଆଇନଜୀବୀ, ବୁଦ୍ଧିଜୀବୀ ,ଗନ୍ୟମାନ୍ୟ ଭାଗ ନେଇଥିଲେ। ସେଭଳି ଏହି ଅବସରରେ ଜୟପୁର ହାଟପଦା ଅଞ୍ଚଳର ଛୋଟ ଛୋଟ ଶିଶୁମାନଙ୍କୁ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ବିସ୍କୁଟ ବିତରଣ କରାଯାଇଥିଲା। ଏଥିରେ ଅମରଲାଲ ଆହୁଜା, ଶ୍ରୀ ପରିଛା,ରାଜେନ୍ଦ୍ର ପାତ୍ର, କନ୍ଦର୍ପ ପାଣିଗ୍ରାହୀ,ଗୈାର ଦାସ,ରମେଶ ବିଷୋୟୀ, ଲକ୍ଷ୍ମୀ ନାରାୟଣ ପାଢୀ ପ୍ରମୁଖ ଅଂଶ ଗ୍ରହଣକରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-april-1a.jpg)