ଟମକା: ଓଡ଼ିଶା ଦିବସ ପାଳନ ଅବସରରେ ସମ୍ବାଦ ସାହିତ୍ୟଘର ଟମକା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଜି ପୂର୍ବାହ୍ନରେ ଟୋଲକାନୀ ସ୍ଥିତ ସନ୍ଦୀପ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି ସଭାପତିତ୍ବ କରିଥିଲେ।

Advertisment

ସମ୍ବାଦ ପରିବାର ମୁଖ୍ୟ ତଥା ସମ୍ବାଦ ସାହିତ୍ୟ ଘରର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ, ସାହିତ୍ୟ ଘରର ସଦସ୍ୟ ମାନେ ଓଡ଼ିଶାର ପାରମ୍ପାରିକ ବସ୍ତ୍ର ଧୋତି, କୁର୍ତ୍ତା ତଥା ହସ୍ତତନ୍ତ ବସ୍ତ୍ର ପରିଧାନ କରି ଆଜିର ବୈଠକରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ ଓଡ଼ିଶାର ଦୁଇ ବର ପୁତ୍ର ଉତ୍କଳ ମଣି ଗୋପବନ୍ଧୁ ଏବଂ ଉତ୍କଳ ଗୌରବ ମଧୁସୂଦନଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ସଭାପତିଙ୍କ ନିର୍ଦ୍ଦେଶରେ ସମସ୍ତ ସଦସ୍ୟ ଉତ୍କଳ ଦିବସ ପାଳନ ସମ୍ପର୍କରେ ନିଜସ୍ଵ ମତ ରଖିଥିଲେ।ପରେ ଚଳିତ ବର୍ଷ ପାଇଁ ସମ୍ବାଦ ସହିତ୍ୟଘରର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା। ଏଥିରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି ଏବଂ କବି କୁଳମଣି ଦତ୍ତଙ୍କୁ ଉପଦେଷ୍ଟା, ଶିକ୍ଷାବିତ୍ ଅକ୍ଷୟ କୁମାର ରାଉତ ସଭାପତି, ଅଧ୍ୟାପକ ଦିଲୀପ କୁମାର ନାୟକ ସାଧାରଣ ସମ୍ପାଦକ, କବି ଓ ଶିକ୍ଷକ ଗିରିଧାରୀ ଚାନ୍ଦ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇ ଥିବା ବେଳେ, ପ୍ରାବନ୍ଧିକ ଡଃ ଯୁଗଳ କିଶୋର ହୋତା, ଗାଳ୍ପିକ ଶିଶିର କୁମାର ଚୌଧୁରୀ, ସମାଜସେବୀ ଦାମୋଦର ପୁହାଣ, କ୍ରୀଡ଼ାବିତ ଧନେଶ୍ଵର କେଶି, ଶିକ୍ଷକ ଏବଂ କବି ବଟକୃଷ୍ଣ ବେହେରା, କବି ପ୍ରଦୀପ କୁମାର ପୁହାଣ, ସମାଜସେବୀ ରବିନାରାୟଣ ନାୟକ, ପ୍ରବଚକ ମାନସ କୁମାର ହୋତା, ଆସୁକବି ଜଗବନ୍ଧୁ କାଣ୍ଡି, କ୍ରୀଡାବିତ୍ ପଞ୍ଚାନନ ବଳ, କବି ଶରତ ଚନ୍ଦ୍ର ମିଶ୍ର, କବି ସୁରେନ୍ଦ୍ର କୁମାର୍ ଚାନ୍ଦ, ଅଭିରାମ ମିଶ୍ର, ଗୌରାଙ୍ଗ ଚରଣ ନାୟକ, ନୀଳମଣି ରାଉତ, ଶୁକଦେବ ରାଉତ, ସମାଜସେବୀ ରାମଚନ୍ଦ୍ର ଚାନ୍ଦ, ଶିଶିର କୁମାର ପତି, ପ୍ରଫୁଲ୍ଲ କୁମାର ସାହୁ, ରବୀନ୍ଦ୍ର କୁମାର ବାରିକ୍, ଅକ୍ଷୟ କୁମାର ଚୌଧୁରୀ ଏବଂ ସମାଜ ସେବୀ ରଞ୍ଜିତ କୁମାର ରାଉତଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ସମ୍ବାଦ ପ୍ରତିନିଧି ହରିହର ବାରିକ୍ ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ।