ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ଆଜି ସକାଳେ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ ୫ ତାରିଖ ଦିନ ଗଞ୍ଜେଇ ଚୋରା କାରବାର କରୁଥିବା ଅଭିଯୋଗରେ ବୌଦ୍ଧ ପୁଲିସ ପଶ୍ଚିମବଙ୍ଗ ବନଗାଁ ଥାନା ଅଞ୍ଚଳର ଗୋପାଳ ବିଶ୍ୱାସ(୪୫ ବର୍ଷ)ଙ୍କୁ ଗିରଫ କରିଥିଲା। ତାଙ୍କୁ ଏ ପର୍ଯ୍ୟନ୍ତ ଜାମିନ ମିଳି ନ ଥିବାରୁ ସେ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ। ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋପାଳ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ରାତିରେ ଡାକ୍ତରଖାନା ଅଣାଯାଇଥିଲା।  ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଗୋପାଳଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ ଏହାକୁ ଲୋକେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ଅପରପକ୍ଷେ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ସୂଚନା ଦିଆଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ୧୩୦ ଜଣ କଏଦୀଙ୍କ ରହବାର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ସେଠାରେ ୪ଶହରୁ ଊର୍ଧ୍ୱ କଏଦୀ ରହୁଛନ୍ତି।

ସମ୍ବନ୍ଧିତ ଖବର