ନିମାପଡ଼ା ଜେଲରେ ହାତର ଶିରା କାଟି ସାଇକୋ କିଲର କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ତିନିରୁ ଅଧିକ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସାଇକୋ କିଲର ବୁଧଦେବ ବେହେରା ନିମାପଡ଼ା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିମାପଡ଼ା ଜେଲର ବିଚରାଧୀନ କଏଦୀ ବୁଧଦେବ ବେହେରାଙ୍କୁ ତାଙ୍କ ସମ୍ପର୍କୀୟଙ୍କୁ ଭଟିବାକୁ ଦିଆଯାଉ ନ ଥିଲାବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି।। ଏପରିକି ଏହାକୁ ନେଇ ଗତ ଦୁଇ ତିନି ଦିନ ହେବ ଶ୍ରୀ ବେହେରା ଜେଲରେ କୌଣସି ଖାଦ୍ୟ ଗ୍ରହଣ କରୁ ନ ଥିଲେ। ତେବେ ଗତକାଲି ରାତି ପ୍ରାୟ ୧ଟା ବେଳେ ସେ କୌଣସି ଧାରୁଆ ଅସ୍ତ୍ରରେ ନିଜ ଗୋଡ଼ ଓ ହାତର ଶିରାଗୁଡ଼ିକୁ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଶ୍ରୀ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସେ ୨ ତାରିଖ ଦିନ ଡେଲାଙ୍ଗ ଥାନା ଅନ୍ତର୍ଗତଜଗଦଲପୁର ମାଙ୍ଗୁପଦା ଜଙ୍ଗଲରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ କରାଯାଇଥିଲା। ଯୁବତୀ ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଥିବା ବେଳେ ତାଙ୍କ ହାତ ପଛରୁ ବନ୍ଧାଯାଇ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଯୁବତୀଙ୍କୁ ବିଭିନ୍ନ କଥା କହି ପ୍ରଲୋଭିତ କରି ଡେଲାଙ୍ଗ ଅଣାଯାଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିିଲା। ଏହି ଘଟଣାରେ ଭଦ୍ରକରୁ ପୁଲିସ ଅଭିଯୁକ୍ତ ବୁଧଦେବ ବେହେରାଙ୍କୁ ଗିରଫ କରିଥିଲା। ପରେ ଜଣାପଡ଼ିଥିଲା ଯେ ବୁଧଦେବ ଜଣେ ସାଇକୋ କିଲର। ସେ କେବଳ ଡେଲାଙ୍ଗର ଜଣେ ଯୁବତୀ ନୁହଁନ୍ତି, ପ୍ରାୟ ୩ ଜଣ ଯୁବତୀଙ୍କୁ ସେ ଏହିପରି ଭାବେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି। ଲେବର ଠିକାଦାର କରୁଥିବା ବୁଧଦେବ ଗରିବ, ସ୍ୱାମୀ ପରିତ୍ୟକ୍ତା ମହିଳା, ଯୁବତୀଙ୍କୁ ଟାର୍ଗେଟ କରିଥାନ୍ତି।

ସମ୍ବନ୍ଧିତ ଖବର