ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ୬୦୮ ଜଣ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଓ ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର ଯୋଗଦେଇ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ବରିଷ୍ଠ ନାଗରିକ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କୋଷାଗୁମୁଡା, ଉମରକୋଟ ଓ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା।

Advertisment

publive-image

ହାଟବରାଣ୍ଡି ଡାକ୍ତରଖାନାରେ ସର୍ବାଧିକ ୧୯୮ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ କୋଷାଗୁମୁଡାରେ ସର୍ବନିମ୍ନ ୪୩ ଜଣ ବରିଷ୍ଠ ନାଗରିକ ଟିକା ଗ୍ରହଣ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୭୧ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଥିବା ବେଳେ କୋଷାଗୁମୁଡାରେ ୪୩ ଜଣ, ଉମରକୋଟ ଡାକ୍ତରଖାନାରେ ୮୮, ପାପଡାହାଣ୍ଡିରେ ୧୦୨ ଓ ହାଟଭରାଣ୍ଡିରେ ୧୯୮ ଜଣଙ୍କୁ ଏପରି ଭାବେ ଜିଲ୍ଲାରେ ମୋଟ ୬୦୮ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଥିଲା। ପ୍ରଥମ ଡୋଜ୍ ନେଇଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ୨୮ ଦିନ ପରେ ପୁଣି ଟିକା ଦିଆଯିବ। ଆଜି ଅଙ୍ଗନୱାଡି କର୍ମୀମାନଙ୍କ ଦ୍ବାରା ସହରରେ ବରିଷ୍ଠ ନାଗରିକ ଥିବା ଘର ଘର ବୁଲି ଟିକାକରଣ ସଂକ୍ରାନ୍ତରେ କୁହାଯାଇଥିଲା।