ଟିକା ନେବାକୁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି, ପୁଲିସ ମୁତୟନ ପରେ ହେଲା ଟିକାକରଣ

ବାଲିଅନ୍ତା:କୋଭିଡ଼ ସଂକ୍ରମଣ ଯେତିକି ବୃଦ୍ଧି ପାଉଛି, ଲୋକମାନଙ୍କ ମଧ୍ୟରେ ଟିକା ନେବା ପାଇଁ ସେତେ ଉତ୍ସୁକତା ପ୍ରକାଶ ପାଉଛି । କୋଭିଡ଼ ଟିକା ନେବାକୁ ବଣ୍ଟନ କେନ୍ଦ୍ରରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମୁଛି । ଯାହାଫଳରେ ହସ୍ପିଟାଲରେ ଅପ୍ରୀତିକର ପରିସ୍ଥିତି ଦେଖାଯାଇଛି । ଏନେଇ ଟିକା ବଣ୍ଟନ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜୁଛି । ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଶେଷରେ ହସ୍ପିଟାଲ କର୍ତ୍ତୃପକ୍ଷ ବାଳକାଟି ଫାଣ୍ଡିକୁ ଜଣାଇଥିଲେ । ଏହା ପରେ ପୁଲିସ ମୁତୟନ ହେବା ପରେ ଟିକାକରଣ ସ୍ବାଭାବିକ ହୋଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଟିକା ନେବା ପାଇଁ ୩୫୦ ଜଣଙ୍କ ଲୋକ ଭିଡ଼ ଜମାଇଥିଲେ । ଅଧିକ ସଂଖ୍ୟକ ଲୋକ ଟିକା ନେବାକୁ ଆସିବା ଫଳରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଲୋକମାନେ ଧାଡ଼ିରେ ଠିଆ ନ ହୋଇ ଟିକା ନେବାକୁ ପରସ୍ପର ଭିତରେ ଧସ୍ତାଧସ୍ତି ହୋଇଥିଲେ ।

ଶେଷରେ ହସ୍ପିଟାଲ କର୍ତୃପକ୍ଷ ଫାଣ୍ଡି ପୁଲିସକୁ ଫୋନ କରି ଜଣାଇବାକୁ ବାଧ୍ୟ ହୋଇଥିଲେ । ଖବର ପାଇ ୬ ଜଣ ପୁଲିସ ଫୋର୍ସ ମୁତୟନ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଟିକାକରଣ ସ୍ବାଭାବିକ ହୋଇଥିଲା । ଟିକାକରଣ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ଦି’ଟା ସମୟ ପର୍ଯ୍ୟନ୍ତ ଚାଲିଥିଲା ।

ସମ୍ବନ୍ଧିତ ଖବର