ଟିକା ନେବାକୁ କେନ୍ଦ୍ର କରି ଆଉଟଡୋରରେ ଧସ୍ତାଧସ୍ତି

ବାଲିଅନ୍ତା:ରବିବାର ସକାଳ ୯ଟା ସମୟରେ ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡଗୋଳ କରିଥିଲେ । କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ଗାଳିମନ୍ଦ କରିଥିଲେ । ଫାର୍ମାସିଷ୍ଟ ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ଫାର୍ମାସିଷ୍ଟ ଓ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏନେଇ ଆଉଟଡୋରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଭୟରେ ଡାକ୍ତର ଆଉଟଡୋର ଛାଡ଼ି ପଳାଇଥିଲେ ।

ଖବର ପାଇ ବାଲିଅନ୍ତା ଥାନା ପୁଲିସ , ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ମୁରବି ପହଞ୍ଚି ବୁଝାସୁଝା କରିବା ପରେ ଆଉଟଡୋରରେ ରୋଗୀସେବା ସ୍ବାଭାବିକ ହୋଇଥିଲା । ପ୍ରାପ୍ତ ସୂଚନା ମୁତାବକ ଶନିବାର ଓ ରବିବାର ସଟଡାଉନ ଯୋଗୁ କୋଭିଡ଼ ଟିକାକରଣ ବନ୍ଦ କରାଯାଇଛି । ହେଲେ ରାମଚନ୍ଦ୍ରପୁର ଗ୍ରାମର ଅଭିଯୁକ୍ତ ଯୁବକ ହସ୍ପିଟାଲରେ ନିଶାଗ୍ରସ୍ତ ଅବସ୍ଥାରେ ପହଞ୍ଚି କୋଭିଡ଼ ଟିକା ଦେବାକୁ ଫାର୍ମାସିଷ୍ଟଙ୍କୁ କହିଥିଲେ ।

ଫାର୍ମାସିଷ୍ଟ ଆସନ୍ତାକାଲି ଟିକା ଦିଆଯିବ ବୋଲି କହିଥିଲେ । ହେଲେ ନିଶାଗ୍ରସ୍ତ ଯୁବକ ଜଣକ ଟିକା ଦେବାକୁ ଯିଦି ଧରି ଗଣ୍ଡଗୋଳ କରିଥିବା ଜଣାପଡ଼ିଛି । ପରେ ପୁଲିସ ଉପସ୍ଥିତିରେ ଗଣ୍ଡଗୋଳ ଘଟଣାର ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର