ନାଚୁଣୀ: ଚିଲିକା ବ୍ଲକରେ କୋଭିଡ-୧୯ ଟିକାକରଣ ଶୁଭାରମ୍ଭ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଦିନ ୧୦ ଟାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ଚିଲିକା ବିଡିଓ ସୁଷମା ବାରିକ ଓ ଚିଲିକା ତହସିଲଦାର ପୁନମ ମହାପାତ୍ର ଏହି ଟିକା ନେଇ ଏହାକୁ ଆନୁଷ୍ଠାନିକ ଶୁଭାରମ୍ଭ କରିବା ସହ ଅନ୍ୟମାନଙ୍କୁ ଏହା ନେବାକୁ ଉତ୍ସାହିତ କରିଥିଲେ।

Advertisment

ବାଲୁଗାଁ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟଅଧିକାରୀ ଡାକ୍ତର ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ନୀରିକ୍ଷଣରେ ଏହା ସଂପାଦନ ହୋଇଥିଲା। ଏଥିରେ ଆୟୁଷ ଡାକ୍ତର ଯଥା ଡାକ୍ତର ସୁଧାଂଶୁ ମହାରଣା ଓ ଡାକ୍ତର ରୂପେଶ କୁମାର ବଳବନ୍ତରାୟ,ଷ୍ଟାଫନର୍ସ ସଂଧ୍ୟାରାଣୀ ଜେନାଙ୍କ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ। ଆଜିର ଏହି ଟିକାରରଣ କାର୍ଯ୍ୟକ୍ରମରେ ଚିଲିକା ବ୍ଲକ ଓ ଚିଲିକା ତହସିଲ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ,ଚିଲିକା ବ୍ଲକ ଅଧିନ ମୋଟ ୧୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ତଥା ୩ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ମୋଟ ୧୦୬ ଜଣ ଏହି କୋଭିଡ ଟିକା ଗ୍ରହଣ କରିଥିଲେ।