୧୫ ରୁ ୧୮ ବର୍ଷ ଶିଶୁଙ୍କ ଟୀକାକରଣ ଅଭିଯାନ ଆରମ୍ଭ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ୧୫ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ କୋଭିଡ ପ୍ରତିଷେଧକ ଟୀକା କୋଭାକ୍ସିନର ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତବନ୍ଧୁ ନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ପରିବାର କଲ୍ୟାଣ ଓ ଟୀକାକରଣ ଅଧିକାରୀ ଡଃ. ରଘୁନାଥ ନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ସଞ୍ଚାରଣ ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର ପ୍ରମୁଖ ବୁଲି ପର୍ଯ୍ୟବେକ୍ଷଣ କରିଥିଲେ। କୋୱିନ୍ ଆପ୍ ଜରିଆରେ ସ୍ଲଟ ବୁକିଂ ଓ ଅନସ୍ପଟ୍ ଉଭୟ ପଞ୍ଜୀକରଣ କରିଥିବା ଶିଶୁଙ୍କୁ ଆଜି ଟୀକା ଦିଆଯାଇଥିଲା। ଟୀକାକରଣ ଅଭିଯାନ ସମ୍ପର୍କରେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ମୋଟ ୫୭୨୯୦ଜଣ ଏହି ବର୍ଗର ଶିଶୁଙ୍କୁ ଟୀକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

Sambad

ସେ ମଧ୍ୟରୁ ଆଜି ଗୋଟିଏ ଦିନରେ ଅପରାହ୍ନ ସୁଦ୍ଧା ୨୫୪୦ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି। କୌଣସି ଶିଶୁଙ୍କ ଠାରେ କୌଣସି ପ୍ରକାର ନକରାତ୍ମକ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ମୋଟ୍‌ ୨୫୪୦ ଟୀକା ଗ୍ରହଣ କରିଥିବା ଶିଶୁଙ୍କ ମଧ୍ୟରୁ ବାଲିପାଟଣାରେ ୮୮, ବାଳକାଟିରେ ୨୮୦, ଜଟଣୀରେ ୨୪୦, ମେଣ୍ଢାଶାଳରେ ୧୪୦, ବୋତଳମାରେ ୨୧୩, ବାଙ୍କୋଇରେ ୨୮୦, ହଳଦିଆରେ ୧୨୦, ଟାଙ୍ଗୀରେ ୩୦୬, ବାଲୁଗାଁରେ ୨୪୦, ବାଣପୁରରେ ୨୫୮, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪୦ ଓ ମୁକୁନ୍ଦପ୍ରସାଦ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪୦ଜଣ ଅଛନ୍ତି।

ସମ୍ବନ୍ଧିତ ଖବର