ପୁରୀ : ସ୍ବର୍ଗଦ୍ବାର କର୍ମଚାରୀଙ୍କୁ ଆଜିଠାରୁ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଛି। ଦାମୋଦର ରୋଡ୍ ବେଟ୍ରିକ୍ ସ୍କୁଲଠାରେ ସ୍ବର୍ଗଦ୍ବାର ଶବ ଦାହକଙ୍କ ସମେତ ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି। ସ୍ବର୍ଗଦ୍ବାରର ନୂଆ ପିଣ୍ଡି ଲୋକାର୍ପଣ ସମୟରେ ଶବ ଦାହକମାନେ ସେମାନଙ୍କୁ ଅଗ୍ରାଧିକାର ଭିତରେ ଟୀକାକରଣ ପାଇଁ ଦାବି କରିଥିଲେ। ଦୈନିକ ସ୍ବର୍ଗଦ୍ବାରରେ ଶବଦାହରେ ରହୁଥିବାରୁ ସଂକ୍ରମଣର ଆଶଙ୍କା ରହିଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସ୍ବର୍ଗଦ୍ବାର ଶବଦାହକ ଓ ଅନ୍ୟମାନଙ୍କୁ ଟୀକାକରଣ ଆରମ୍ଭ ହୋଇଛି।