ଖୋର୍ଦ୍ଧାରେ ପହଞ୍ଚିଲା ୬୧୫୦ କୋଭାସିଲ୍ଡ ଟିକା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣ ଅଭିଯାନ ପାଇଁ କୋଭିଡ୍ ଟିକା ଆସି ପହଞ୍ଚିଛି ।
ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏକ ସ୍ୱତନ୍ତ୍ର ଗାଡ଼ିରେ ସଶସ୍ତ୍ର ପୁଲିସ ସୁରକ୍ଷାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସ୍ୱତନ୍ତ୍ର ଟିକା ଗୃହକୁ ପହଂଚିଥିଲା । ଏନେଇ ଜିଲ୍ଲା ଭେକ୍ସିନ୍ ଲଜିଷ୍ଟିକ୍ ମ୍ୟାନେଜର (ଡିଭିଏଲ୍ଏମ୍) ଯଶୋଦାରାଣୀ ବେହେରା କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାସିଲ୍ଡ ଟିକା ଆସିଛି । ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଯେତିକି ଆବଶ୍ୟକ ଥିଲା ସେଥିରୁ ୬୪ ପ୍ରତିଶତ ହସ୍ତଗତ ହୋଇଛି । ୫୫୩୫ଜଣଙ୍କ ପାଇଁ ୬୧୫୦ ଟିକା ଆସି ପହଂଚିଛି । ଏହି ଟିକାରୁ ମେଣ୍ଢାଶାଳ, ଜଟଣୀ, ବୋଲଗଡ଼, ବାଲୁଗାଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆବଶ୍ୟକ ଟିକା ପଠାଯିବ ।

ସମ୍ବନ୍ଧିତ ଖବର