ଯାଜପୁରରୁ ଆସିଛି ଟିକା ଚୋରି ଅଭିଯୋଗ; ଟିକା ନେଇ ନାହାନ୍ତି କିନ୍ତୁ କୋଓ୍ୱିନ ଦଉଛି ସାର୍ଟିଫିକେଟ୍

ଯାଜପୁର: ସେ ଗୋଟିଏ ବି ଡୋଜ୍ ଟିକା ନେଇ ନାହାନ୍ତି । କିନ୍ତୁ କୋଓ୍ୱିନ୍ ପୋର୍ଟାଲରେ ନାମ ପଞ୍ଜିକରଣ କଲା ବେଳକୁ ସାର୍ଟିଫିକେଟ ଆସୁଛି । ଶରଳ ଭାବେ କହିଲେ ତାଙ୍କ ନାଁରେ ଆଉ କିଏ ଟିକା ନେଇଯାଇଛନ୍ତି। ଏବେ କ’ଣ ହେବ, କେମିତି ସେ ଟିକା ନେବେ ତାହାକୁ ନେଇ ଅଭିଯୋଗ ହୋଇଛି।

କରୋନା ମହାମାରୀ ସମୟରେ ସମସ୍ତେ ଟିକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟିକା ଚୋରି ଅଭିଯୋଗ ।

ଯୁବକ ଜଣକ ଟିକା ନେବାକୁ ପଂଜୀକରଣ କଲା ବେଳକୁ ସେ ଦୁଇ ଡୋଜ୍ ଟିକା ନେଇ ସାରିଥିବା ସାର୍ଟିଫିକେଟରେ ଦର୍ଶାଯାଉଛି । ଯାଜପୁର ସହରର ସୁଭେନ୍ଦୁ କୁମାର ପତି ନାମକ ଯୁବକ ଗତବର୍ଷ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କରୋନା କାର୍ଯ୍ୟ ପାଇଁ ଡାଟା ଏଣ୍ଟ୍ରି ଭାବେ ଚୁକ୍ତିଭିତିକ ଚାକିରି କରିଥିଲେ । ସେହି ସମୟରେ ତାଙ୍କଠାରୁ ସମସ୍ତ ପରିଚୟ ପତ୍ର ଟିକା ପାଇଁ ମଗାଯାଇଥିଲା । କିନ୍ତୁ ଡିସେମ୍ବର ମାସରେ ତାଙ୍କ ଚୁକ୍ତି ସରିଯିବାରୁ ସେବେ ଠାରୁ ସେ ଆଉ ଡାକ୍ତରଖାନା ଯାଇ ନଥିଲେ। କିନ୍ତୁ ତାଙ୍କୁ ପରିଚୟ ପତ୍ର ଜରିଆରେ ଆଉ କାହାକୁ ଟିକା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତିା

ସମ୍ବନ୍ଧିତ ଖବର