ଜୟପୁର ବନଖଣ୍ଡରେ ବନ ମହୋତ୍ସବ ସପ୍ତାହ ପାଳନ 

ଜୟପୁର: ଜୟପୁର ବନଖଣ୍ଡ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ କରାଯାଇଥିବା ବେଳେ ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଦୀପ୍ତ ଦାସ ଓ ସମ୍ମାନୀତ ଅତିଥି ଭାବେ ଜୟପୁର ବନଖଣ୍ଡ ଅଧିକାରୀ ଏନ୍‌ଏସ୍‌ଜେପି ସିଂ, ଏସିଏଫ୍‌ଓ ସୁବାଷ ଖୁଣ୍ଟିଆ ଓ ପ୍ରଭୁଦତ୍ତ ମିଶ୍ର ‌ଯୋଗ ଦେଇଥିଲେ। ବିଦ୍ୟାଳୟ ପରିସରରେ ଶହେରୁ ଉର୍ଦ୍ଧ୍ବ ଚାରା ରୋପାଣ କରାଯାଇଛି। ଏଥିସହ ବୃକ୍ଷର ଆବଶ୍ୟକତା, ରକ୍ଷଣାବେକ୍ଷଣ ଓ ବନମହୋତ୍ସବ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ସ‌େଚେତନତା ରଥକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଜୟପୁର ବନାଞ୍ଚଳ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ, ବନପାଳ ରାମଚନ୍ଦ୍ର ନେପାକ, ପ୍ରଶାନ୍ତ ସାମନ୍ତରାୟ, ରଞ୍ଜିତା ନାୟକ, ବନରଖୀ ଗୌତମ ସ୍ବାଇଁ ଓ ଅନୀଲ ଦାସ ପରିଚାଳନା କରିଥିଲେ। ଏହି ଅବସରରେ କନିଷ୍ଠ ରେଡକ୍ରସ ପକ୍ଷରୁ ବିଦ୍ୟାଳୟରେ ୩୦ରୁ ଅଧିକା ନିମ୍ବଗଛ ଲାଗଯାଇଛି। ଏହାକୁ ରେଡକ୍ରସ ଅଧିକାରୀ ଯ‌ଜ୍ଞେଶ୍ବର ପଣ୍ଡା, ପରାମର୍ଶଦାତା ସୁରଜିତ୍ ନାୟକ, ଶୁଭସ୍ମିତା ସାହୁ, ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର, ଇକ‌ୋକ୍ଲବ ଜିଲ୍ଲା  ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ରହି ବୃକ୍ଷ‌ରୋପଣ କରିଥିଲେ।

          ଗତକାଲି ଠାରୁ ବନସପ୍ତାହ ଆରମ୍ଭ ହୋଇଥିବା ବେଳେ ଜୟପୁର ବନଖଣ୍ଡର ୬ଟି ବନାଞ୍ଚଳ ଜୟପୁର, ବୋରିଗୁମ୍ମା, କୁନ୍ଦୁରା, କୋଟପାଡ, ବୈପାରୀଗୁଡା ଓ ଗୁପ୍ତେଶ୍ବରରେ ବୃକ୍ଷରୋପଣ କରାଯାଉଛି। ଏହି ବନାଞ୍ଚଳର ୧୨୧ଟି ସ୍ଥାନ ଯଥା ବିଭିନ୍ନ ଅନୁଷ୍ଠାନ, ଗାଁ ଓ ରାସ୍ତା କଡରେ ଚାରା ରୋପଣ କରାଯିବ। ଏଥିସହ ପ୍ରତିଟି ‌ବନାଞ୍ଚଳରେ ଗୋଟିଏ ସଚେତନତା ରଥ ବୁଲି ‌ଲୋକଙ୍କୁ ସଚେତନ କରିବ। ଗୁପ୍ତେଶ୍ବର ବନାଞ୍ଚଳ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ରାମଗିରି ଠାରେ ନିର୍ମାଣ ହୋଇଛି। କାମ୍ପା ଯୋଜନାରେ ନିର୍ମିତ ଏହି କାର୍ଯ୍ୟାଳୟକୁ ମୁଖ୍ୟ ଆଞ୍ଚଳିକ ବନ ସରଂକ୍ଷକ ଉଦଘାଟନ କରିଛନ୍ତି। ଏହାର ସ୍ମୃତିରେ ଏକ ରୁଦ୍ରାକ୍ଷ ଗଛ ଲଗାଇବା ସହ ପ୍ରତ୍ୟେକ କର୍ମଚାରୀଙ୍କୁ ସେଠ‌ାରେ ଗଛ ଲଗାଇବା ପାଇଁ ସେ କହିଛନ୍ତି। ଆଜି ଜୟପୁର ବନଖଣ୍ଡରେ ୨୭୦୦ଟି ଗଛ ଯଥା ଆମ୍ବ, ନିମ୍ବ, କରଞ୍ଜ, ମହୁଲ, ମେହଗାନୀ, ବାହାଡା, ପିଆଶାଳ, ରକ୍ତଚନ୍ଦନ, କୃଷ୍ଣଚୂଡା, ରାଧାଚୂଡା, ଅର୍ଜୁନ ଓ ଅଁଳା ଚାରା ରୋପଣ କରାଯାଇଛି।

ସମ୍ବନ୍ଧିତ ଖବର