ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂ ବରିହା ହେଲେ ବିଜେଡି ପ୍ରାର୍ଥୀ। ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସେ ଇତିହାସରେ ସ୍ନାତକୋତ୍ତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି । ତେବେ ଟିକେଟ ପାଇବା ପରେ ସେ କହିଛନ୍ତି ଯେ ଭରସା ଓ ବିଶ୍ୱାସ କରି ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିଭଳି ଟିକେଟ ରେସରେ ସେ ନଥିଲେ, କିନ୍ତୁ ବାପା କିଛି ଭଲ କାମ କରିଥିବାରୁ ପରିବାରରୁ ମୋତେ ଚୟନ କରିଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କିଭଳି ପହଂଚିପାରିବ ସେଦିଗରେ ଦୃଷ୍ଟି ଦେବି | ଅନ୍ୟପଟେ ବିଜୟଙ୍କ ପତ୍ନୀ କହିଛନ୍ତି ଯେ ଆମ ପରିବାରର ଜଣଙ୍କୁ ଟିକେଟ ଦେଇଥିବାରୁ ମୁଖ୍ୟମନତ୍ରୀଙ୍କୁ ଧନ୍ୟବାଦ ଜଣାଉଛି | ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏ ସଂକ୍ରାନ୍ତରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଥିଲା। ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ତେଣେ ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।