ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରାଥମିକ ଲକ୍ଷ୍ୟ ରହିବ: ତାରାପ୍ରସାଦ ବାହିନୀପତି

ଜୟପୁର: ଆଜି କଲେଜ ପରିସରରେ ବିକ୍ରମଦେବ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହର ସହ ପାଳନ କରିବା ପାଇଁ ପୂର୍ବତନ ଛାତ୍ର ସଂଗଠନର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଏଭଳି କହିଛନ୍ତି। କଲେଜର ଅଧ୍ୟକ୍ଷ ତଥା ଆଲୁମିନି ଆସୋସିଏସନର ସଭାପତି ଡ.ଗୋପାଳ ହାଲଦାର ସଭାପତିତ୍ବ କରିଥିଲେ। ଆସନ୍ତା ଜୁଲାଇ ୧ତାରିଖ ଦିନ ଉଦଘାଟନୀ ଉତ୍ସବ, ଏହା ପରଠାରୁ ଡିସେମ୍ବର ମାସର ୯ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ମୁଖ୍ୟଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ରହି କାର୍ଯ୍ୟକ୍ରମକୁ ସଂପାଦନ କରିବେ ବୋଲି ନିଷ୍ପତି ହୋଇଥିଲା। ଜୁଲାଇ ୧ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟଅତିଥି ଭାବେ ରହି ଭରଚୁଆଲ୍ ମୋଡରେ ଉଦଘାଟନ କରିବେ। ସେହି ଦିନ ରଜାନଗର ମଧ୍ୟରେ ଥିବା ମାଁ କନକଦୁର୍ଗାଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇଯିବ।

ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ , ଜିଲ୍ଲାପାଳ, ଅବିଭକ୍ତ କୋରାପୁଟ ଜିଲ୍ଲାର ବିଧାୟକ, ସାଂସଦ, ଅନ୍ୟ ଲୋକ ପ୍ରତିନିଧିଙ୍କୁ ଶୋଭାଯାତ୍ରାରେ ସାମିଲ କରିବା ସାମିଲ କରାଯିବାକୁ ନିଷ୍ପତି ହୋଇଥିଲା। ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପାରମ୍ପାରିକ ଆଦିବାସୀ ନୃତ୍ୟ ଯଥା ଢ଼େମସା, ରିଂଜୋଡ଼ି, ଦୁରୁଆ ଆଦି ନୃତ୍ୟ ବି ଶୋଭାଯାତ୍ରାରେ ସାମିଲ କରାଯିବ। ଜୁଲାଇ ୧ତାରିଖରୁ ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ କ୍ରୀଡା, ନୃତ୍ୟ,ସଂଗୀତ, କ୍ଷୁଦ୍ରଚଳଚ୍ଚିତ୍ର, ଆଦିର ପ୍ରତିଯୋଗିତା ସହ ସାହିତ୍ୟ ଓ କବିତା ଆସର, ବିଭିନ୍ନ ପ୍ରସଙ୍ଗ ଉପରେ ଅନ୍ତଃର୍ଜାତୀୟ, ଜାତୀୟସ୍ତରର ଆଲୋଚନାଚକ୍ର, ପୁରାତନ ଛାତ୍ରଛାତ୍ରୀଙ୍କ ପରିବାର ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ବି ଆୟୋଜନ କରାଯିବାକୁ ନିଷ୍ପତି ହୋଇଥିଲା। ଅଭିବକ୍ତ କୋରାପୁଟ ଜିଲ୍ଲାରେ ଥିବା ୫୮ଟି ମହାବିଦ୍ୟାଳୟକୁ ସବୁ ପ୍ରତିଯୋଗିତା ଏବଂ ସବୁ କାର୍ଯ୍ୟକ୍ରମରେ ସାମିଲ କରାଯାଉ ବୋଲି ବିଧାୟକ କହିଥିଲେ। ରକ୍ତଦାନ ଶିବିର ସହ ମେଗା ସ୍ବାସ୍ଥ୍ୟ ମେଳା ବି କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଡିସେମ୍ବରରେ ହେବାକୁ ଥିବା ମୁଖ୍ୟ ଉତ୍ସବର ପ୍ରଥମ ଦିନ ୯ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀ, ୟୁଜିସିର ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ବିଭାଗର କେନ୍ଦ୍ର ଓ ରାଜ୍ୟର ସଚିବଙ୍କୁ ଅତିଥି ରଖିବାକୁ ନିଷ୍ପତ୍ତି ହୋଇଥିଲା। ସେଭଳି ୧୦ତାରିଖ ଦିନ ଭିଡି କଲେଜରେ ପାଠ ପଢ଼ି ଜାତୀୟ ଓ ଆନ୍ତଃଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଅତିଥି ଭାବେ ରଖାଯିବ। ଶେଷ ଦିନ ୧୧ତାରିଖ ଦିନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆଦିଙ୍କୁ ଅତିଥି ଭାବେ ରଖାଯିବାକୁ ନିଷ୍ପତି ନିଆଯାଇଥିଲା। ଆଜିର ଆଲୋଚନାରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଅଧ୍ୟାପକ ନିଳାଦ୍ରୀ ଦାଶ, ସଂପାଦକ ବିଜି ରାୟ ଜେନା ଦେଓ, ଆରଏନ୍ ପଟ୍ଟନାୟକ, ପ୍ରକାଶ ମିଶ୍ର, ଇଂ. କେଦାରନାଥ ବେହେରା, ରାମନାଥ ସାହୁ, ସହଦେବ ପଟ୍ଟନାୟକ, ସନ୍ତୋଷ ସାହୁ , କାଳି ପ୍ରସାଦ ପଟ୍ଟନାୟକ, ଧର୍ମେନ୍ଦ୍ର ଅଧିକାରୀ, ଶଙ୍କର ପ୍ରହରାଜ, କାର୍ତ୍ତିକ ରାଉତ, ରାଜେନ୍ଦ୍ର ଗୌଡ଼, ନିଶାନ ପଟ୍ଟନାୟକ, କେ.ଶ୍ରିନୀବାସ ରାଓ, ସତୀଶ ସାହୁ, ରଘୁ ନାୟକ, ବିଭୁ ପଣ୍ଡା, କେ.ଶ୍ରୀନିବାସ ରାଓ, ସଂଦୀପ ସାମନ୍ତରାୟ , ନରହରି ହରିଜନ, ରବି ନାରାୟଣ ନନ୍ଦ, ତାପସ ପଣ୍ଡା, ସୁବାସ ପାଇକରାୟ, ପ୍ରଭାକର ନାୟକ , ବରୁଣ ଜୈନ, ଚୈତନ୍ୟ, ବୁଲୁଦେବ ଶର୍ମା, ସଂଗ୍ରାମ ସିଂ, ନିପୁ ପଣ୍ଡା, ପ୍ରପୁଲ୍ଲ ଭତରା, ସିଏଚ୍ ଐଶ୍ୟ ପ୍ରକାଶଙ୍କ ସହ ବହୁ ପୁରାତନ ଛାତ୍ର ଭାଗ ନେଇଥିଲେ।

 

 

ସମ୍ବନ୍ଧିତ ଖବର