ରାଷ୍ଟ୍ରୀୟ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ସହିତ ମିଶି ନିରାପତ୍ତା ମକଡ୍ରିଲ୍ କଲା ବେଦାନ୍ତ ଆଲୁମିନିୟମ

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍‌ ନିର୍ମାତା ବେଦାନ୍ତ ଆଲୁମିନିୟମ୍‌ ଓଡ଼ିଶାର ଝାରସୁଗୁଡ଼ାଠାରେ ଥିବା ଏହାର ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳଙ୍କ ସହଯୋଗରେ ଅନସାଇଟ ସେଫ୍‌ଟି ମକ୍‌ଡ୍ରିଲ ପରିଚାଳନା କରିଥିଲା । ଏଥିରେ ପ୍ଲାଣ୍ଟର ଜରୁରୀକାଳୀନ ବଳ ଓ ଏନ୍‌ଡିଆର୍‌ଏଫ୍‌ ଅଧିକାରୀମାନଙ୍କ ସହ କମ୍ପାନି ସହିତ ଜଡ଼ିତ  ସବୁ କର୍ମଚାରୀ ଓ ବ୍ୟବସାୟିକ ସହକର୍ମୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସଂପର୍କିତ ଉପରେ ମତ ପ୍ରଦାନ କରିଥିଲେ। ଏନଡିଆରଏଫ ଇନସ୍ପେକ୍ଟର ଉଦିତ କୁମାର ଦୀକ୍ଷିତ,  ଜିଲ୍ଲା ଅଗ୍ନିଶମ ଅଧିକାରୀ ରମେଶ ମହାନ୍ତି, ଜିଲ୍ଲା ସହକାରୀ ନି‌ର୍ଦ୍ଦେଶକ (କାରଖାନା ଓ ବାଷ୍ପିତ୍ର)  ମନୋଜ ମିଶ୍ର, ଜରୁରୀକାଳୀନ ଅଧିକାରୀ  (ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ) ସୁଶାନ୍ତ ମିଶ୍ର ଓ ଅନ୍ୟନ୍ୟ କମ୍ପାନିର ପ୍ରତିନିଧିମାନେ ଏହି ମକ୍‌ ଡ୍ରିଲ୍‌ରେ ଅଂଶ ଗ୍ରହଣ କରିଥିଲେ।

ବେଦାନ୍ତ ଆଲୁମିନିୟମର ସୁରକ୍ଷା ଆର୍ସେନେଲ୍‌ର ମକ୍‌ ଡ୍ରିଲ ଏକ ଉପଯୋଗୀ ଉପକରଣ । ନିୟମିତ ବ୍ୟବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମ ଦ୍ୱାରା କେମଚାରୀଙ୍କ ଜରୁରୀକାଳୀନ ପ୍ରସ୍ତୁତିକୁ ପରୀକ୍ଷା ଓ ଉପଯୁକ୍ତ ଦିଗଦର୍ଶନ ଦେବା ଉଦ୍ଦେଶ୍ୟର କରାଯାଇଥାଏ। ଏନ୍‌ଡିଆର୍‌ଏଫ୍‌ ସହିତ ଏକ ବିସ୍ତୃତ ସୁରକ୍ଷା ଡ୍ରିଲ୍‌ନିରାପତ୍ତା ଯୋଗାଯୋଗ ପ୍ରଣାଳୀର କାର୍ଯ୍ୟକାରିତାକୁ ବୃଦ୍ଧି କରିବା ସହିତ ଉତ୍ସଗୁଡ଼ିକର ଶୀଘ୍ର ସଂଗ୍ରହ ପାଇଁ ଉପଯୋଗୀମାନକ ପ୍ରଣାଳୀ ସୃଷ୍ଟି କରିବା, ଜରୁରୀକାଳୀନ ପରିସ୍ଥିତିରେ ପ୍ରୋସେସ୍‌ ସାଇଟ୍‌ ବନ୍ଦ କରିବା ଓ ଦାୟିତ୍ବର ସହ ସୁରକ୍ଷା ବିଷୟଗୁଡ଼ିକ ଅନୁପାଳନ କରିବା ଏହି ବିଷୟର ଅନ୍ତର୍ଭୁକ୍ତ।

ବେଦାନ୍ତ ଆଲୁମିନିୟମର ନିରାପତ୍ତା ସଂସ୍କୃତି ଉପରେ ବେଦାନ୍ତ ଲିମିଟେଡ୍‌ ସିଇଓ  ସୁନୀଲ ଗୁପ୍ତା କହିଥିଲେ ଯେ ବେଦାନ୍ତ ଆଲୁମିନିୟମରେ ଲୋକ ଓ ସହଯୋଗୀଙ୍କ ସୁରକ୍ଷା ହେଉଛି ଆମର ପ୍ରାଥମିକତା। ଜିରୋ ହାର୍ମ, ଜିରୋ ଆବର୍ଜନା, ଜିରୋ ଡିସ୍‌ଚାର୍ଜ ନୀତିକୁ ଆମର ଡିଏନ୍‌ଏରେ ସ୍ଥାପନ କରାଯାଇଛି। ଯେଉଁ କାରଣରୁ ଆମର ସବୁ କାର୍ଯ୍ୟକାରିତାଗୁଡ଼ିକ ଏହି ନୀତି ଉପରେ ପରିଚାଳିତ। ଏହା ଦ୍ବାରା ଆମେ ନିଜର କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଇ ପାରିଛୁ। ଏହାକୁ ଅଧିକ ମଜବୁତ୍‌ କରିବା ଲାଗି ଆମେ ନୂତନ ଜ୍ଞାନକୌଶଳ ସମ୍ବଳିତ ଓ ଆଚରଣ ଆଧାରିତ ପଦକ୍ଷେପଗୁଡ଼ିକୁ ବ୍ୟାପକ ଭାବେ ନି‌ୟୋଜିତ କରିଛୁ। ଜରୁରୀକାଳୀନ ଅନୁକରଣ ସହ ମକ୍‌ ଡ୍ରିଲ୍‌ କରିବା ଦ୍ବାରା ଆମେ ଉପଯୁକ୍ତ ସମୟରେ ସୁରକ୍ଷା ପ୍ରବନ୍ଧନ କରିପାରିବା ଓ ଅଧିକ ଚତୁର ତଥା ପ୍ରଭାବଶାଳୀ ହୋଇପାରିବା। କେବଳ ଏତିକି ନୁହେଁ, ସରକାରଙ୍କ ସହ ମିଶି ଆମେ ବାହାର ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଛୁ।

ବେଦାନ୍ତ ଆଲୁମିନିୟମର ନିରାପତ୍ତା ଗୁରୁତ୍ବକୁ ପ୍ରଶଂସା କରି ଏନ୍‌ଡିଆର୍‌ଏଫ୍‌ ଇନ୍‌ସ୍ପେକ୍ଟର ଉଦିତ କୁମାର ଦୀକ୍ଷିତ କହିଥିଲେ ଯେ ଗୋଟିଏ କମ୍ପାନିର ନିରାପତ୍ତା ସଂସ୍କୃତିରୁ ସେହି କମ୍ପାନିର ନିରାପତ୍ତା ପ୍ରସ୍ତୁତିି ବିଷୟରେ ଜାଣି ହୋଇଥାଏ। ବେଦାନ୍ତର ଏହି ଦୃଢ଼ ନିରାପତ୍ତା ନୀତି ଦ୍ବାରା ଏହାର କର୍ମଚାରୀ ଓ ପୃଷ୍ଠପୋଷକଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ। କମ୍ପାନିର ସର୍ବୋଚ୍ଚ ନାମର ସୁରକ୍ଷା ପ୍ରତିଶ୍ରୁତି ସତରେ ପ୍ରସଂଶନୀୟ। କମ୍ପାନି ଦ୍ବାରା ସୁରକ୍ଷା ନୀତି ପ୍ରଣୟନ ପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ ସହ ପରିଚାଳନା ପ୍ରଣାଳୀକୁ କ୍ରମାଗତ ଭାବେ ବୃଦ୍ଧି କରିବା ଦ୍ବାରା ବେଦାନ୍ତ ଆଲୁମିନିୟମ ଏକ ନିରପଦ କାର୍ଯ୍ୟ ପରିସର ଦିଗରେ ବ୍ୟାପକ ପଦକ୍ଷେପ ନେଇଛି।

• ସଂକଳ୍ପ: ଏକ ନିରାପତା ସଂସ୍କୃତି ରୂପାନ୍ତରୀତ କାର୍ଯ୍ୟକ୍ରମକୁ ବେଦାନ୍ତ ଦ୍ୱାରା ଏହାର ସବୁ ବିଭାଗ ମଧ୍ୟରେ ଡିଉ ପଏଣ୍ଟ୍‌ ସସ୍‌ଷ୍ଟେନ୍‌ବିଲିଟି ସଲ୍ୟୁସନ୍‌ ଦ୍ବାରା କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ କମ୍ପାନି ସ୍ୱାଧୀନ ଭାବରେ ନିରାପତ୍ତା ସଂସ୍କୃତିର ପରିଚାଳନା କରୁଛି।
• ଭିଜିବଲ୍‌ ଫେଲଟ୍‌ ଲିଡରସିପ ପ୍ରୋଗ୍ରାମ ପ୍ରତିଷ୍ଠା କରିବା ଯାହାର ଏକ ଅଂଶ ଭାଗରେ କମ୍ପାନିର ନେତୃତ୍ବଧାରୀ ବ୍ୟକ୍ତିମାନେ ନିୟମିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦାନ କରିଆସୁଛନ୍ତି।
• ଝାରସୁଗୁଡ଼ାଠାରେ ଏକ ସର୍ବମହିଳା ଅଗ୍ନିଶମ ବାହାନୀ ଅଗ୍ନିବାହିନୀ ଜରୁରୀ ସମୟରେ ଦକ୍ଷତାର ସହ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି ଓ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଛି।
• ଏକ ସୁଦୃଢ ସୁରକ୍ଷା ଏମଆଇପି ଦ୍ୱାରା କମ୍ପାନିକୁ ସୁରକ୍ଷା ସଂରଚନା ମଧ୍ୟରେ ଆବଶ୍ୟକୀୟ ସୁରକ୍ଷା କୌଶଳ ଜ୍ଞାନ ଓ ମନୋଭାବ ସହିତ କର୍ମଚାରୀ ନିୟୋଜିତ କରିବାରୁ ଅନୁମତି ଦେଇଥାଏ।

• ସେଫ୍‌ଟି ଷ୍ଟାଣ୍ଡ୍‌ ଡାଉନ୍ ପ୍ରୋଗାମ ଜରିଆରେ ନେତୃତ୍ବଧାରୀ ଟିମ୍‌ଙ୍କ ସହ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ବିଭିନ୍ନ ଦିଗ ଯଥା ସ୍ବାସ୍ଥ୍ୟ, ନିରାପତ୍ତା ଓ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଥାଏ।

• ବ୍ୟାପକ ଡିଜିଟାଲାଇଜେସନ୍‌ ପରିଚାଳନା ଓ ପ୍ରକ୍ରିୟା ଦ୍ବାରା ମେସିନ୍‌ ସହିତ ସଂପୃକ୍ତ ବିପଦଗୁଡ଼ିକୁ କମ୍‌ କରାଯାଇଥାଏ।
• ନିର୍ମାଣ ନିର୍ବାହ ପ୍ରଣାଳୀ ଦ୍ୱାରା ସବୁ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକର କାର୍ଯ୍ୟକୁ ଦୃଶ୍ୟମାନ କରାଯାଇପାରେ ଓ କେତେକ ରିପୋଟ ଜରିଆରେ ପରିଚାଳନା କରାଯାଇଥାଏ। ଏହା ଦ୍ୱାରା କର୍ମଚାରୀଙ୍କୁ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ଉପଯୁକ୍ତ ସୁରକ୍ଷା ଦିଆଯାଇଥାଏ।
• ଭିଡିଓ ବିଶ୍ଳେଷଣ ଜରିଆରେ ଅଗ୍ନି ନିରୂପଣ ଓ ଅନୁଧ୍ୟାନ ସହିତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର ଗୁରୁତ୍ବ ଦିଆଯାଏ। ମୋବାଇଲ୍‌ ଓ ୱେବ୍‌ ପ୍ରୟୋଗ ଦ୍ବାରା ଇନ୍‌ହାଉସ୍‌ ମନିଟରିଂ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇ ପାରୁଛି।

ବେଦାନ୍ତ ଆଲୁମିିୟମ୍‌ ବ୍ୟବସାୟୟ ବେଦାନ୍ତ ଲିମିଟେଡ୍‌ର ଏକ ଅଂଶ, ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା। ପ୍ରାୟତଃ ଏହା ଭାରତର ଅର୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୦୨୨ରେ ୨.୨୬ ନିୟୁତ ଟନ୍‌ଆଲୁମିନିୟମ୍‌ ଉତ୍ପାଦନ କରିଥିବା ସଂସ୍ଥା। କମ୍ପାନି ବିଶ୍ବ ଶ୍ରେଣୀୟ ୧.୬ ଏମ୍‌ପିଏର ଆଲୁମିନିୟମ୍‌ ସ୍ମେଲ୍‌ଟର୍‌ ଓ ୩୬୧୫ ମେଗାୱାଟ୍‌ ଥର୍ମାଲ ପାୱାର ଜେନେରେସନ୍‌ ସୁବିଧା ଝାରସୁଗୁଡ଼ାରେ ପରିଚାଳନା କରୁଛି। ଏହା ହେଉଛି ଏକମାତ୍ର ଭାରତୀୟ ସ୍ମେଲ୍‌ଟର ଯାହା ୧ ମିଲିୟନ୍‌ ଟନ୍‌ ଏକ୍ସପୋର୍ଟ କ୍ଲବ୍‌ ଅଟେ। ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦୌଗିକ କ୍ଷେତ୍ରରେ ସର୍ବବୃହତ୍‌ ଜ୍ଞାନକୌଶଳକୁ ଆପଣେଇ ବିଶ୍ବ ଶ୍ରେଣୀୟ ସ୍ଲେଟର୍‌ ପାୱାର ପ୍ଲାଣ୍ଟ୍‌ ଓ ଆଲୁମିନା ରିଫାଇପନାରି କାର୍ଯ୍ୟ କରୁଛି। ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ୍‌ ଅଫ୍‌ ଦ ଫ୍ୟୁଚର୍‌ ଭାବରେ ଆଲୁମିନିୟମ୍‌ର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନି ତା’ର ଲକ୍ଷ ପୂରଣ କରୁଛି।

 

ସମ୍ବନ୍ଧିତ ଖବର