ରାୟଗଡା: ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ବେଦାନ୍ତ କମ୍ପାନି ତରଫରୁ ପ୍ରୋଜେକ୍ଟ ଉତ୍ଥାନ ଯୋଜନାରେ ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ୩୦ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତୁନୁ ସବ୍ୟସାଚୀ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବେଦାନ୍ତର ସିଇଓ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଏମ୍ପଲୋୟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ରାୟଗଡା, କଳାହାଣ୍ଡି ଭଳି ଉପାନ୍ତ ଜିଲ୍ଲାରୁ ବଛା ବଛା ଯୁବକ ଯୁବତୀମାନଙ୍କୁ କମ୍ପାନିରେ ନିଯୁକ୍ତି ଦିଆଯିବା ସହ ସେମାନଙ୍କର ଭବିଷ୍ୟତ ଉଜ୍ବଳ କାମନା କରାଯାଇଥିଲା। ସ୍ଥାନୀୟ ନିଯୁକ୍ତି ପ୍ରଦାନକୁ ନେଇ କମ୍ପାନି ପ୍ରତିବଦ୍ଧ।
ଆଗାମୀ ଦିନରେ ମଧ୍ୟ ଏଭଳି ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ବୋଲି କମ୍ପାନିର ସିଇଓ ପ୍ରକାଶ କରିଥିଲେ। ଦୁଇ ଜିଲ୍ଲାର ନବନିଯୁକ୍ତି ପ୍ରାର୍ଥୀମାନେ ଓ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବେଦାନ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ କମ୍ପାନିର କିଛି କର୍ମଚାରୀ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ କିଛି ସମୟ ଉତ୍ତେଚନା ଦେଖାଦେଇଥିଲା। ପରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡିଥିଲା।