ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଇଣ୍ଡଷ୍ଟ୍ରିର ଆଇକ୍ୟୁ ନ୍ୟାସନାଲ ଓ ଆଂଚଳିକ ଉତ୍କର୍ଷ ଅଭ୍ୟାସ ପ୍ରତିଯୋଗିତା ତଥା ଶକ୍ତି ପରିଚାଳନାରେ ଉତ୍କର୍ଷତା ଲାଗି ଜାତୀୟ ପୁରସ୍କାରରେ ସମ୍ମାନଜନକ କନଫେଡେରେସନ ଅଫ ଇଣ୍ଡଷ୍ଟ୍ରି ଦ୍ୱାରା ସମ୍ମାନିତ ହୋଇଛି । କମ୍ପାନି ଏହାର ପ୍ରକଳ୍ପ ଯୋଗାଣ ଚେନ ଅପରେସନ ଓ ସେଫ୍ଟି ଡିଜିଟାଇଜେସନ ଅଫ ଇଣ୍ଡଷ୍ଟ୍ରି ପାଇଁ ଦୁଇଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି ଓ ଧାତୁ, ଶକ୍ତି, ଇଂଜିନିୟରିଂ, କାଗଜ ପରି ବହୁ ଶିଳ୍ପ ସଂସ୍ଥାରେ ଶକ୍ତି ପରିଚାଳନାରେ ଉତ୍କର୍ଷତା ପାଇଁ ଶକ୍ତି ପୁରସ୍କାର ହାସଲ କରିଛି । ଶକ୍ତି ଦକ୍ଷତା ବୃଦ୍ଧି ପାଇଁ ୧୦୦ ପ୍ରତିଶତ ଗ୍ରାଫିଟାଇଜଡ କ୍ୟାଥୋଡ ପ୍ରୟୋଗ ସହ ବେଦାନ୍ତ ଆଲୁମିନିୟମ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଫଳ ସ୍ୱରୂପ ବାର୍ଷିକ ଶକ୍ତି ସଂଚୟ ୭.୯୩ ନିୟୁତ କିଲୋୱାଟ ହୋଇପାରୁଛି ।

Advertisment

ଏହା ମଧ୍ୟ କାର୍ଯ୍ୟକୁ ଶକ୍ତି ଯୋଗାଇବା ପାଇଁ ବାୟୋମାସ କୋ-ଫାୟାରିଂ ଗ୍ରହଣ କରିଛି, ବାୟୋମାସ ପେଲେଟ ବ୍ୟବହାର କରି କୋଇଲା ବ୍ୟବହାରକୁ ହ୍ରାସ କରିଛି । ବେଦାନ୍ତ ଓଏସଆଇ-ପିଆଇ ମନିଟରିଂ ସିଷ୍ଟମ ନିୟୋଜିତ କରିଛି, ଯାହା ଦକ୍ଷ ଡାଟା ପରିଚାଳନାକୁ ସୁଗମ କରୁଥିବାବେଳେ ବୈଦ୍ୟୁତିକ ଫର୍କଲିଫ୍ଟକୁ ପରିବର୍ତନ କରି ଏହାର କାର୍ବନ ଫୁଟପ୍ରିଂଟକୁ କମାଇଛି । ଏହା ବ୍ୟତୀତ ଯୋଗାଣ ଶୃଙ୍ଖଳାକୁ ଅପ୍ଟିମାଇଜ କରିଛି ମାନୁଆଲ ବ୍ୟବହାରକୁ କମ ୭୫ପ୍ରତିଶତ କମ କରିଛି । ଏମଆଇ/ଏମଏଲ ଆଧାରିତ ଭିଡିଓ ଆନାଲିଟିକ୍ସ ସହ ନିରାପତା ଅନୁପାଳନକୁ ଉନ୍ନତ କରିଛି ଓ ଭର୍ଚୁଆଲ ରିୟଲିଟି ସମାଧାନ କରିପାରିଛି । ବ୍ୟବସାୟ ଉତ୍କର୍ଷ ପ୍ରତି ବେଦାନ୍ତର ଦୃଢ ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ ବ୍ୟବସାୟ ଏହା କହିଛନ୍ତି ଯେ ସିଆଇଆଇ ପୁରସ୍କାରରେ ସ୍ୱୀକୃତି ପାଇଥିବାରୁ ଆମେ ଗୌରବାନ୍ୱିତ । ଏହି ପୁରସ୍କାର ଆମର ଯୋଗାଣ ଶୃଙ୍ଖଳାକୁ ଡିଜିଟାଇଜେସନ କରି ଆମର ଶକ୍ତି ଦକ୍ଷତା ଓ ନିରାପତା କାର୍ଯ୍ୟକୁ ବଢାଇବ ଓ ଆମେ ନରନ୍ତର ବ୍ୟବସାୟିକ ଉତ୍କର୍ଷତା ହାସଲ କରିପାରିବୁ । ଉତ୍ପାଦନ ଶିଳ୍ପରେ ଡିଜିଟାଲ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ଲାଗି ଆମେ ଉତ୍ସର୍ଗୀକୃତ ।