ବାରିପଦା: ପୂଣ୍ୟମାସ କାର୍ତ୍ତିକ ଆରମ୍ଭ ନ ହେଉଣୁ ପରିବା ମୂଲ୍ୟବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ମହଙ୍ଗା ମାଡ଼ରେ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ସମାନ ମୂଲ୍ୟରେ ବ୍ୟାଗ୍ ପୂରଣ ହେଉଥିବାବେଳେ ଏବେ ଅଧା ମଧ୍ୟ ହେଉନାହିଁ। ତେଣୁ ହାଟକୁ ଯିବାକୁ ଖାଉଟିଙ୍କୁ ଡର ଲାଗିଲାଣି। ସେହିପରି ବଜାରରେ ପନିପରିବା ସହିତ ଅତ୍ୟାବଶ୍ୟକୀୟ ଖାଦ୍ୟସାମଗ୍ରୀର ମୂଲ୍ୟବୃଦ୍ଧି ମଧ୍ୟ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମୟୂରଭଞ୍ଜ ଜିଲ୍ଲାର ମଫସଲ ହେଉ ଅବା ସହର, ସବୁଠି ଗରୀବ ଖଟିଖିଆ , ଆଦିବାସୀ ତଥା ମଧ୍ୟବିତ୍ତ ବର୍ଗର ପରିବାର ପଖାଳ ସହିତ ପିଆଜ ଓ କଞ୍ଚାଲଙ୍କାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଏହି ସମସ୍ତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ସମସ୍ୟା ସୃଷ୍ଟି କଲାଣି। ଜିଲ୍ଲାର ଗ୍ରାମାଞ୍ଚଳ ସହିତ ସଦରମହକୁମା ବାରିପଦାରେ ପରିବା ଦର ଆକାଶଛୁଆଁ ହେବାକୁ ଲାଗିଛି।
ଗତ ସପ୍ତାହରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏହି ସମୟରେ ଜଣେ ସାଧାରଣ ବ୍ୟକ୍ତି ପକ୍ଷରେ ପରିବା କିଣିବା କଷ୍ଟସାପେକ୍ଷ ହୋଇପଡ଼ିଛି। ବାରିପଦା ସହରର ପରିବା ବଜାର କୁହାଯାଉଥିବା କଚେରୀ ଓ ରାତି ପରିବା ମାର୍କେଟରେ ଆଳୁ-ପିଆଜଠାରୁ ଆରମ୍ଭ କରି ପନିପରିବାର ଦର ଉଚ୍ଚା ରହିଛି । ପ୍ରତି କିଲୋଗ୍ରାମ ଆଳୁ ୧୬ ଟଙ୍କା, ପିଆଜ ନୂଆ ୫୦ ଓ ପୁରୁଣା ୫୫ ଟଙ୍କାରେ ବିକ୍ରି ହେଉଛି ।
ସେହିପରି କିଲୋଗ୍ରାମ ପ୍ରତି ବାଇଗଣ- ୬୦ରୁ ୭୦ରୁ ଟଙ୍କା, କଲରା- ୬୦/-, ଜହ୍ନି-୪୦/-, ବୋଇତାଳୁ-୨୫/-, ଅମୃତଭଣ୍ଡା-୨୦/-, ସାରୁ-୪୦/-,କାଙ୍କଡ ୭୦-୮୦/-, ଖମ୍ବଆଳୁ-୮୦ରୁ ୧୦୦/-, ବିଲାତି-୬୦ରୁ ୭୦, କଞ୍ଚାଲଙ୍କା-୧୫୦ରୁ ୨୦୦, ଫୁଲକୋବି(ଛୋଟ)-୩୦/-, ବନ୍ଧା(ଛୋଟ)- ୩୦, ବିନସ-୧୨୦/-, ସଜନା ଛୁଇଁ ୧୩୦/, ଗାଜର-୬୦, ରସୁଣ-୭୦, ଅଦା-୧୬୦/- ମୂଳା-୬୦, ଓଲ ୪୦, ଲାଉ ୪୦, ଶାଗ(ଛୋଟ) ବିଡ଼ା ୧୦, ଭେଣ୍ଡି ୬୦, ସୋରିଷ ତେଲ-୧୯୫/-, ରିଫାଇନ ତେଲ-୧୫୩, ମୁଗଡାଲି-୯୫/-, ଚାଉଳ(ମୋଟା) -ଟ୨୫/- ଓ ହଳଦୀ(ଗୋଟା)- ୧୨୦, ଶୁଖିଲା ଲଙ୍କା ୨୪୦, ପୋସ୍ତ ୨ ହଜାର ଟଙ୍କା, ହରଡ଼ ୧୦୫, ମସୁରୀ ୯୫, ଏହି ପରି ସମସ୍ତ ଜିନିଷ ବିକ୍ରି ହେଉଛି । ହଜାରେ ଟଙ୍କାରେ ବ୍ୟାଗ ଭର୍ତ୍ତି ହେଉ ନାହିଁ । ଯାହା ଫଳରେ ଖାଉଟିମାନେ ବଜାରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/IMG_20201004_090506.jpg)