ପାର୍ବଣରେ ମହଙ୍ଗା ସାତ୍ତ୍ବିକ ଭୋଜନ:ପନିପରିବା ଛୁଇଁବାକୁ ଡର, ପିଆଜ ଟପିଲା ଅର୍ଦ୍ଧଶତକ 

ଭଞ୍ଜନଗର: ଚାଲିଛି ପାର୍ବାଣ ଋତୁ ସବୁଠି ଆଧ୍ୟାତ୍ମିକ ମାହୋଲ। ଏଭଳି ପରିସ୍ଥିତିରେ ହାଣ୍ଡିଶାଳରେ ଆମିଷ ଖାଦ୍ୟ ଅପେକ୍ଷା ସାତ୍ତ୍ବିକ ଭୋଜନର ଗୁରୁତ୍ବ ବଢିଛି। କିନ୍ତୁ ବର୍ତ୍ତମାନ ବଜାରରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ତାହା ସାତ୍ତ୍ବିକ ଭୋଜନକୁ ମହଙ୍ଗା କରିପକାଇଛି। ପୁଣି ଲଗାଣ ବର୍ଷା ଯୋଗୁ ବହୁ ପରିବା କ୍ଷେତ ଉଜୁଡି ଯାଇଛି। ଆଗାମୀ ଦିନରେ ଆବଶ୍ୟକ ପରିମାଣର ପନି ପରିବା ନଆସିଲେ ପରିବା ଦର ଆହୁରି ବୃଦ୍ଧି ପାଇବ ବୋଲି ବ୍ୟବସାୟୀ ମାନେ କହିଛନ୍ତି।

ଖାସ୍ କରି ପ୍ରତିଦିନ ରୋଷେଇ ଘରକୁ ଦରକାର ପଡୁଥିବା ପିଆଜର ଦର ବର୍ତ୍ତମାନ ଆକାଶ ଛୁଆଁ ହୋଇଛି। ଅର୍ଦ୍ଧଶତକ ପାର ହୋଇଥିବା ବେଳେ ବଜାରେ କୃତ୍ରିମ ଅଭାବର ମଧ୍ୟ ଅଭିଯୋଗ ହେଉଛି। କିଛି ଦିନ ତଳେ ପିଆଜ ଦର ୧୫-୨୦ରୁ  ଟଙ୍କା ରହିଥିବା ବେଳେ ଆଜି କେଉଁଠି ୫୦ ତ କିଏ ୬୦ରେ ବିକ୍ରି କରୁଛି। ଅଲଗା ପନିପରିବା ଦର ମଧ୍ୟ ସେହି ତୁଳନାରେ ଦୁଇଗୁଣା ଠାରୁ ଅଧିକା ଦରରେ ବଜାରରେ ବିକ୍ରି ହେଉଛି। ଖାସ କରି ଫୁଲକୋବି,ବିନ୍ସ,ବନ୍ଧାକୋବି କାଙ୍କଡ଼ ଭଳି ପରିବା ପାଇଁ କନ୍ଧମାଳ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ କନ୍ଧମାଳରେ ବିକ୍ରିପରେ ପରିବା ଆସୁଥିବାରୁ ଦର ବୃଦ୍ଧି ସେ୍୍ତ୍ତ୍ବ ତାହା ଜିଲ୍ଲାକୁ ଆସିବା ପୂର୍ବରୁ ହିଁ ସରିଯାଉଛି। ଆଉ ଯେଉଁକିଛି ପରିମାଣର ଆସୁଛି ତାର ଦର ନପଚାରିଲେ ଭଲ। ଫୁଲ କୋବି ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ଆବଶ୍ୟକ ପରିମାଣର ମିଳୁନାର୍ହି।

ଭଞ୍ଜନଗର ତଥା ଆଖପାଖ ଅଞ୍ଚଳରେ ପୂର୍ବ ଅପେକ୍ଷା ଚାଷୀ ମାନେ କମ୍ ପରିମାଣର ପନିପରିବା ଉତ୍ପାଦନ କରୁଛନ୍ତି। ଗତ ଲକ୍ଡାଉନ୍ ସମୟରେ ବିଭିନ୍ନ କାରଣରୁ ଚାଷୀ ମାନେ ସେମାନଙ୍କ ପରିବା ବିକ୍ରି କରିବା ପାଇଁ ସଠିକ୍ ବଜାର ପାଇ ନପାରିବାରୁ ପରିବା ଚାଷଷକୁ ତ୍ବରାନ୍ବିତ କରିବାରୁ ମୁହଁ ମୋଡି ଦେଇଥିଲେ। ଯାହା ଫଳରେ ସେହି ଚାଷୀ ମାନେ ପରିବା ଚାଷରୁ ବିମୁଖ ହୋଇଥିବାରୁ ବର୍ତ୍ତମାନ ପରିବା ଉତ୍ପାଦ ଆଗ ଭଳି ହୋଇନାହିଁ। ଯେଉଁ କିଛି ସ୍ଥାନରେ ପରିବା ହୋଇଥିଲା ତାହା ଗତ ଲଗାଣ ବର୍ଷାରେ ନଷ୍ଟ ହୋଇଯାଇଥିବା କିଛି ଚାଷୀ ପ୍ରକାଶ କରିଛନ୍ତି। ଏଥିସହ ବେଲଗୁଣ୍ଠା ବ୍ଳକ୍ର ଇଙ୍ଗିନାଠି,ଉସ୍ତପଲ୍ଲୀ,ରତଙ୍ଗ,ସାରିଆପଲ୍ଲୀ ଓ ନୂଆଗାଁ ଭଳି ଗ୍ରାମ ଗୁଡ଼ିକ ପରିବା ହବ୍ ଭାବେ ପରିଚିତ ଥିଲା।

ସେଠାରେ ଗତ ଫାଇଲିନ୍ ପରଠାରୁ ଶହ ଶହ ଏକର ଜମିରେ ବାଲିଚର ମାଡିଯିବାରୁ ପରିବା ଉତ୍ପାଦନ ସେଠାରୁ ବହୁ ମାତ୍ରାରେ ହ୍ରାସ ପାଇଛି। ଯାହା ପ୍ରଭାବରେ ପରିବା ବଜାର ଉପରେ ସିଧାସଳଖ ପଡିଛି। ଏହି ଅଞ୍ଚଳର ବ୍ୟବସାୟୀ ମାନେ ସବୁବେଳେ ବାହାର ବେପାରୀଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ପରିବା ଆମଦାନୀର ପରିମାଣ ଉପରେ ଦର ନିୟନ୍ତ୍ରଣ ହେଉଛି। ସାଧାରଣତ ୨୦ ଟଙ୍କାରେ ଥିବା ପୋଟଳ,ଭେଣ୍ଡି,କଲରା,ଗୁହାଁର,ତୋରଡା ବର୍ତ୍ତମାନ ୫୦ ଟଙ୍କା ରହିଛି। ସେହିପରି କାଙ୍କଡ ୭୦,ବାଇଗଣ ୪୦,ଟମାଟ ୪୦,ଛୁଇଁ ୮୦,ଝୁଲଣ ୪୦,ସାରୁ ଓ ଦେଶୀ ଆଳୁ ଦର ୫୦ ଟଙ୍କା ରହିଛି। ଗୋାଟିଏ ସାଧାରଣ ପରିବାର ପାଇଁ ୫ ଶହ ଟଙ୍କାର ପରିବା ଆଣିଲେ ଯାଇ ବ୍ୟାଗ୍ ଭର୍ତ୍ତି ହେଉଛି। ଗରୀବ ଖଟିଖିଆ ଓ ଦିନ ମଜୁରିଆଙ୍କ ପାଇଁ ଏତେ ଦରରେ ପରିବା କିଣି ଖାଇବା ବେଶ୍ ମହଙ୍ଗା ସାବ୍ୟସ୍ତ ହେଉଛି।

ପୁଷ୍ପାଞ୍ଜଳି ସାହୁ,ଗୃହିଣୀ,ଭଞ୍ଜନଗର

ବର୍ତ୍ତମାନ ପୂଜା ଚାଲିଥିବାରୁ ଘରେ ଆମିଷ ପଶୁନାହିଁ। ପରିବା ଦର ବୃଦ୍ଧି ଯୋା ଗୁ ଆବଶ୍ୟକ ପରିମାଣ ଆଣିବା ମଧ୍ୟ ସମ୍ଭବ ହେଉନାହିଁ। ଖାଇବାରେ ଛଅ ତିଅଣ ନ ଭଜା କେବଳ ଶୁଣା କଥାରେ ହିଁ ରହିଯାଉଛି। ଆଗକୁ ଧର୍ମ ମାସ କାର୍ତ୍ତକ ଆସୁଛି ଯଦି ଏବେଠାରୁ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ସଙ୍ଗୀନ ହେବ।

କବିତା ମହାପାତ୍ର,ଗୃହିଣୀ,ଭଞ୍ଜନଗର

ସଂପ୍ରତି ସ୍ବାସ୍ଥକୁ ଦୃଷ୍ଟିରେ ରଖି ଆମିଷ ଅପେକ୍ଷା ସବୁଜ ପନିପରିବା ଖାଇବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି। କିନ୍ତୁ ବଜାର ଦର ହାଣ୍ଡିଶାଳକୁ ଦୋହଲାଇ ଦେଉଛି। ପୂର୍ବରୁ ଭାତ ସାଙ୍ଗରେ ଦୁଇ ଚାରିଟା ଆଇଟମ୍ ହେଉଥିବା ବେଳେ ତାହା ଗୋାଟାଏରେ ସମିତ ରଖିବାକୁ ପଡୁଛି।

ଯେଗେନ୍ଦ୍ର ବେହେରା,ପରିବା ବ୍ୟବସାୟୀ,ଭଞ୍ଜନଗର

ଏହି ସମୟରେ ପରିବା ଦର ସାମନ୍ୟ ଅଧିକା ରହିବା ସ୍ବଭାବିକ ବର୍ତ୍ତମାନ ଲାଗିଥିବା ଫସଲ ବଜାରକୁ ଆସିଲେ ତାହା ଆପେ ଅପେ ନିୟନ୍ତ୍ରଣକୁ ଆସିବ। ଲୋକଙ୍କ ବରାଦ ଅନୁଯାୟୀ ଆବଶ୍ୟକ ପରିମାଣର ପରିବା ଉତ୍ପାଦନ ହେଲେ ଦର ତଳ ମୁହାଁ ନିଶ୍ଚିତ ହେବ। ଏହା ସାମୟିକ ସ୍ଥିତି।

ସମ୍ବନ୍ଧିତ ଖବର