ଘୁ.ଉଦୟଗିରି: ଛତିଶଗଡ଼ର ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ପରିବା ବୋଝେଇ ଆଇଚର ଟ୍ରକ୍ ନଂ ସିଜି୦୭ସି୯୦୯୭ ବୁଧବାର ମଧ୍ୟରାତ୍ରରେ କଳିଙ୍ଗା ଘାଟିରେ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲପର ଆହତ ହୋଇଛନ୍ତି।
ଟ୍ରକ୍ରେ ବୋଝେଇ ହୋଇଥିବା ଲକ୍ଷାଧିକ ଟଙ୍କାର ପରିବା ରାସ୍ତାରେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ୮ମ ବେତନ ଆୟୋଗ ଗଠନକୁ କ୍ୟାବିନେଟ ଅନୁମୋଦନ
ବ୍ରହ୍ମପୁରରେ ଭୋର୍ରେ ପହଞ୍ଚିବା ପାଇଁ ଘାଟିରେ ଦ୍ରୁତ ଗତିରେ ଟ୍ରକ୍ ଚାଳକ ଟ୍ରକ୍କୁ ଚଳାଉଥିବା ବେଳେ ବୁଲାଣିରେ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ଓଲଟି ଯାଇଥିଲା।
ଅଧିକ ପଢ଼ନ୍ତୁ: ଖସିଲା ପାରଦ ବଢ଼ିଲା ଶୀତ: ଘୁ.ଉଦୟଗିରିରେ ତୁଷାରପାତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/16/8omrxUIdh9zBdyq121Xn.jpg)