ପନିପରିବା ଚାଷୀଙ୍କୁ କରୋନା ମାଡ଼: ଲକ୍ ଡାଉନ୍ ପ୍ରଭାବରେ ପନିପରିବା ଚାଷ ନଷ୍ଟ

ସରକାରୀ ସହାୟତା ଅପେକ୍ଷାରେ ଚାଷୀ

ଭବାନୀପାଟଣା: ମହାମାରୀ କରୋନା ମୁକାବିଲା ପାଇଁ ଚାରିଆଡେ ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି l ଏପରି ସ୍ଥିତିରେ ଚାଷୀମାନଙ୍କ ପାଇଁ ଲକ୍ ଡାଉନ୍ ସାଜିଛି ବାଧକ l ଦୋକାନ ବଜାର ବନ୍ଦ ଯୋଗୁଁ ବିକ୍ରି ନ ହୋଇ ପନିପରିବା ବିଲରେ ସଢ଼ୁଛି I ପନିପରିବା ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ର ପନିପରିବା ଚାଷୀ l ଚାଷୀଙ୍କ କେତେବେଳେ ବର୍ଷା ଯୋଗୁଁ ଚାଷ ନଷ୍ଟ ତ ଆଉ କେତେବେଳେ ରୋଗ ପୋକ ଯୋଗୁଁ ଚାଷ ନଷ୍ଟ ହେଉଥିବା ବେଳେ ଏବେ ଲକ୍ ଡାଉନ୍ ଯୋଗୁଁ ପନିପରିବା ନଷ୍ଟ ହୋଇଛି l
ଧାର କରଜ କରି ଏହି ଅଞ୍ଚଳର ଚାଷୀମାନେ ବାଇଗଣ, ଟମାଟୋ କାକୁଡି, ତରଭୁଜ କଲରା, ବିନ୍ସ ଆଦି ଚାଷ କରିଥିଲେ l ପ୍ରଥମେ ଦିନକ ପାଇଁ ପରେ ଲଗାତାର ଦଶ ଦିନ ଧରି ଲକ୍ ଡାଉନ୍ ଯୋଗୁଁ ଚାଷୀଙ୍କ ନିଦ ହଜି ଯାଇଛି l ଗାଁ ଗାଁ ବୁଲି ଲୋକଙ୍କ ଘର ବିକ୍ରି ପାଇଁ ଉଦ୍ୟମ କରିଥିଲେ ବି ଭୟରେ କେହି କିଣି ବାକୁ ମନା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ l
ଗୋଟିଏ ପଟେ ଲକ୍ ଡାଉନ୍ ଅନ୍ୟ ପଟେ ପନିପରିବା ନଷ୍ଟl ଆହୁରି ଯଦି ଲକ୍ ଡାଉନ୍ ଜାରି ରହେ, ତାହେଲେ ଆଗକୁ ପନିପରିବା ଅଭାବ ସାଂଗକୁ ଚାଷୀଙ୍କ ସମସ୍ୟା ଦୁଇ ଗୁଣିତ ହେବା ସୁନିଶ୍ଚିତ l ଏପରି ସ୍ଥିତି ଉପୁଜିଛି ଯେ ଚାଷୀଙ୍କ ଏକ ମାତ୍ର ସାହାରା ସରକାର୍ ହିଁ ପାଲଟିବେ l ଚାଷୀ ଜୟ ଧର ପଟେଲ, ଉମା ଶଙ୍କର ବାଗ,  ପିଙ୍କୁ ବାଗ, ଦଶରଥ ପଟେଲ ପ୍ରମୁଖ ଚାଷୀ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
ସମ୍ବନ୍ଧିତ ଖବର