ଅଜଣା ଗାଡିଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଆହତ 

କଣିହାଁ: କଣିହାଁ ବ୍ଳକ ଅନ୍ତର୍ଗତ ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଆଜି ସକାଳ ସାଢ଼େ ୬ଟାବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ବାଇକରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କାଦେବାରୁ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇ କଣିହାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ମିଳିଥିବା ସୁଚନାରୁ ଜଣାପଡିଛି, ଆଜି ସକାଳେ ପରଜଙ୍ଗ ବ୍ଲକ ଦଦରାଘାଟି ୩ ନମ୍ବର ଗାଁର ଗଣେଶ୍ୱର ସାହୁଙ୍କ ପୁଅ ସାଗର ସାହୁ ଓରଫ କାଳିଆ ( ୩୨) ଏବଂ ଦୀପକ ନାୟକ (୩୫) ଉଭୟେ ଏନଟିପିସି କଣିହାଁ ପ୍ଲାଣ୍ଟରେ କାମ କରୁଥିଲେ।।

ନାଇଟଡିୟୁଟି ସାରି ସକାଳ ପ୍ରାୟ ସାଢେ ୬ଟାବେଳେ (ଓଆର -୧୯ ଜି ୩୫୨୮) ଗ୍ଲାମର ବାଇକରେ ଏନଟିପିସି ପ୍ଲାଣ୍ଟରୁ ସମଲ ବ୍ୟାରେଜ ରାସ୍ତାଦେଇ ଦଦରାଘାଟି ୩ ନମ୍ବର ନିଜଗାଁକୁ ଯିବାବେଳେ ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟ ରାସ୍ତାରେ ସେମାନଙ୍କୁ କୋଣସି ଏକ ଅଜଣାଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ସାଗର ସାହୁ ଓରଫ କାଳିଆଙ୍କର ମୃତ୍ୟୁ ହୋଇଥିଲା |

ତେବେ ତାଙ୍କ ସହିତ ବାଇକରେ ବସି ଯାଉଥିବା ଦୀପକ ନାୟକ ଆହତ ହୋଇଥିଲେ। ଖବରପାଇ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ସହ ମୃତକଙ୍କ ଶବକୁ ଜବତକରି ତଦନ୍ତ ଜାରି ରଖିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସେମାନଙ୍କ ପରିବାର ଓ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାପଡ଼ିଛି। ଫଳରେ ଏନଟିପିସିରୁ ସମଲ ଅଞ୍ଚଳକୁ ଯାତାୟାତ କରିବାରେ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର