ଚୋରା ବ୍ୟାଟେରି ବୋଝେଇ ଗାଡ଼ି ଜବତ; ଡ୍ରାଇଭର ଗିରଫ

ରସୁଲପୁର : ଯାଜପୁର ଜିଲ୍ଲା କୁଆଖିଆ ପୁଲିସ ଆଜି ଚୋରା ପୁରୁଣା ବ୍ୟାଟେରି ବୋଝେଇ ଦୁଇଟି ଗାଡ଼ି ଜବତ କରିଛି। ଜଣେ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅନ୍ୟଏକ ଗାଡ଼ିର ଡ୍ରାଇଭର ଖସିଯାଇଛି । ଯାଜପୁର ଟାଉନ ଆଡୁ ପିକଅପ୍ ଭ୍ୟାନ୍ (ଓଡି ୨୨ ଜି ୧୪୪୮) ଓ ଟାଟା ଏସି (ଓଆର ୦୫ ଏପି ୯୪୩୬) ପୁରୁଣା ବ୍ୟାଟେରି ଲୋଡ୍ କରି କୁଆଖିଆ ବଜାରରେ ସକାଳ ପ୍ରାୟ ୯ଟା ୩୦ ରେ ପହଞ୍ଚିଥିଲେ। ଏଠାରୁ ବସ୍‌ ଯୋଗେ ଏହି ବ୍ୟାଟେରିଗୁଡ଼ିକ କୋଲକାତା ଚାଲାଣ ହୋଇଥାନ୍ତା। ଖବର ପାଇ କୁଆଖିଆ ପୁଲିସ ଚଢ଼ଉ କରି ବ୍ୟାଟେରି ସହିତ ଗାଡ଼ି ୨ଟିକୁ ଜବତ କରିଥିଲା। ପିକ୍ ଅପ୍ ଡ୍ରାଇଭର ମଙ୍ଗଳପୁର ଥାନା କଣ୍ତୁରୀପଡ଼ା ଗ୍ରାମର ସେକ୍ କୁର୍ବନକୁ ଗିରଫ କରାଯାଇଛି । ତେବେ ଘଟଣାସ୍ଥଳରୁ ଟାଟା ଏସି ଗାଡିର ଡ୍ରାଇଭର ଖସିଯାଇଥିଲା। ଏ ସଂପର୍କରେ ଏକ କେସ୍‌ (ନଂ–୪୫୬/୨୦) ରୁଜୁ କରି ଗିରଫ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର